Latest Odisha News

BREAKING NEWS

ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ୍ ଅତ୍ୟନ୍ତ ହାସ୍ୟସ୍ପଦ : ସମୀର ମହାନ୍ତି

ଭୁବନେଶ୍ୱର : ଶାସକ ବିଜେଡି ଉପରେ ବର୍ଷିଲା ବିଜେପି । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି ।ଗତ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ରାଜନୈତିକ ହିଂସାରେ ଆମ ଦଳର ୧୩ ଜଣ କାର୍ଯ୍ୟ କର୍ତ୍ତାଙ୍କ ମୁଣ୍ଡ ଗଡିଥିବା ବେଳେ ମାହାଙ୍ଗା ଡବଲ ମର୍ଡର ଏବଂ ଭଦ୍ରକରେ ଜଣଙ୍କର ମୃତ୍ୟୁ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବି ମୁହଁ ଖୋଲି ନାହାନ୍ତି ଶାସକ ଦଳ ।

୨୦୧୯ ନିର୍ବାଚନରେ ମଙ୍ଗୁଳିଜେନାକୁ କିଏ ହତ୍ୟା କରିଥିଲା ରାଜନୈତିକ ହିଂସା କିଏ ଘଟାଉଛି ବିଜେଡିକୁ ପ୍ରଶ୍ନ କରିଛି ବିଜେପି । ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ ଅତ୍ୟନ୍ତ ହାସ୍ୟସ୍ପଦ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜୁ ଜନତା ଦଳ , ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର,ସଞ୍ଜୟ ଦାସ ବର୍ମା , ଦିବ୍ୟ ଶଙ୍କର ମିଶ୍ର ଆଦି ଦାଗି ନେତା ମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜ ଛତ୍ରଛାୟା ତଳେ ରଖିଛନ୍ତି ।

ସେମାନେ ବିଭିନ୍ନ ହିଂସାରେ ଲିପ୍ତ ଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଦିନକୁ ଦିନ ନବୀନ ବାବୁଙ୍କ ସରକାରରେ ଅରାଜକତା ହିଂସା ଶୀର୍ଷରେ ପହଁଞ୍ଚିଛି । ଏବଂ ଗତକାଲି ଘଟିଯାଇଥିବା ହିଂସାକାଣ୍ଡ ଏହାର ଉଦାହରଣ ଅଟେ । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି ,ଅନୁଗୁଳ, ହିନ୍ଦୋଳ , କଣାସ, ନୟାଗଡ, ଜଳେଶ୍ୱର , ବାଙ୍ଗୀରିପୋଷୀ , ଭଟଲି ଓ ପାଟଣାଗଡ ସମେତ ପିପିଲି ବଲାଙ୍ଗୀର , କନ୍ଧମାଳ , ଝାରସୁଗୁଡା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଶାସକ ଦଳର କର୍ମମାନେ ସିଧାସଳଖ ସମ୍ପୃକ୍ତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜୁ ଜନତା ଦଳର ଗୁଣ୍ଡାରାଜ ପାଇଁ ନାଗରିକ ମାନେ ଭୋଟ ଦେବାକୁ ବୁଥକୁ ଯିବାକୁ ଡରୁଛନ୍ତି ବୋଲି ବିଜେପି କହିଛି ।ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.