Latest Odisha News

BREAKING NEWS

ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ

କୋରାପୁଟ :  ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ ନିଆଁ ଲାଗିଯିବା ଫଳରେ ୧୫ରୁ ୧୭ ଟି ମରାମତି ପାଇଁ ରଖାଯାଇଥିବା ମୋଟର ସାଇକେଲ ପୋଡି ପାଉଁସ ହୋଇଯାଇଛି ।

ଆଜି ସକାଳ ୧୧ଟା ସମୟରେ ଏପରି ଅଘଟଣ ଘଟିଥିଲା । ନିଆଁ ଏତେ ବେଗରେ ବ୍ୟାପିଥିଲେ ଯେ ,ଏହାକୁ ଲିଭାଇବା ସମ୍ଭବ ହୋଇନଥିଲା । ପରେ ଦୋକାନୀଙ୍କ ପରିବାର ଲୋକ ନାରାୟଣ ପାଟଣା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।

ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବ। ବେଳେକୁ ସମସ୍ତ ଗାଡି ପାଉଁସ ହୋଇଯାଇଥିଲା ।ଏହି ଘଟଣାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ୟାରେଜ ମାଲିକ । ସମସ୍ତଙ୍କୁ କିପରି ସାମ୍ନା କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଗ୍ୟାରେଜ ମାଲିକ ଶିବା।

Comments are closed, but trackbacks and pingbacks are open.