Latest Odisha News

BREAKING NEWS

ସୌମ୍ୟଙ୍କ ପାଇଁ ନ୍ୟାୟ ଦାବି କଲା ଭାଇରାଲ୍ ଟଙ୍କା

ଭୁବନେଶ୍ୱର: ସୋନାଲି ନନ୍ଦଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ସୌମ୍ୟ । ଆପଣାଇଥିଲେ ଆତ୍ମହତ୍ୟାର ପନ୍ଥା । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାରବର୍ଗ । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଲୋକ ସୌମ୍ୟଙ୍କୁ ନ୍ୟାୟ ଦେବା ଲାଗି ଅଡି ବସିଛନ୍ତି । ତେବେ ଏହି ଧାରାରେ ଗୋଟିଏ କୋଡିଏ ଟଙ୍କା ନୋଟ୍ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ସୋସିଆଲ୍ ମିଡିଆରେ ଏହି କୋଡିଏ ଟଙ୍କିଆ ନୋଟ୍ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ନୋଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, “ଧୋକାଦିଆ ସୋନାଲି ନନ୍ଦ, ପୋଲିସ ବାବୁ ତାକୁ ତୁରନ୍ତ ବାନ୍ଧ ।” ଏହି ନୋଟରେ ଏପରି କିଏ ଲେଖିଛି ଓ ଏହା କିପରି ଭାଇରାଲ୍ ହେଲା ତାହା ସ୍ପଷ୍ଟ ହୋଇପାରିନି । ତଥାପି ଏହି ନୋଟ୍ ଜରିଆରେ ଲୋକେ ସୌମ୍ୟଙ୍କୁ ନ୍ୟାୟ ଦେବା ଲାଗି ଅପିଲ୍ କରିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ସୋନାଲିଙ୍କ ପରିବାର ଲୋକଙ୍କୁ ପୋଲିସ ଜେରା କରିଛି । ହେଲେ ଏ ପର୍ଯ୍ୟନ୍ତ ସୋନାଲିଙ୍କୁ ପଚରାଉଚରା କରିବା ତ ଦୂରର କଥା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନି । ସୌମ୍ୟଙ୍କ ଆତ୍ମହତ୍ୟା ପଛରେ ସୋନାଲିଙ୍କ ମାନସିକ ନିର୍ମାତନା କାରଣ ସାଜିଥିବା ନେଇ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ତଥାପି ପୋଲିସ ହାତବାନ୍ଧି ଚୁପ୍ ବସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

Comments are closed, but trackbacks and pingbacks are open.