Latest Odisha News

BREAKING NEWS

ବିଜେଡ଼ି ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି: ଅମିତ ଶାହ

ଢେଙ୍କାନାଳ: ରାଜ୍ୟରେ ‘ବାବୁରାଜ’ ଚଳାଇ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ।

ଏଠାରେ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ’ ସମାବେଶରେ ଯୋଗଦେବା ସହିତ ସଭାକୁ ସମ୍ବୋଧିତ କରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ନିର୍ବାଚିତ ପ୍ରତିନିଧିଙ୍କୁ ବାଦ ଦେଇ ଏଠାରେ ଶାସନ କରୁଛନ୍ତି, ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ସରକାରକୁ ପରିଚାଳିତ କରୁଛନ୍ତି ।”

ନିକଟରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟାକାଣ୍ଡ ସମ୍ପର୍କରେ ଶାସକ ଦଳକୁ ଟାର୍ଗେଟ କରି ସେ କହିଛନ୍ତି, “ସେମାନେ ଆମକୁ ଚୁପ କରିପାରିବେନି ।”

“ନବୀନଙ୍କ ନେତୃତ୍ୱରେ ପରିଚାଳିତ ସରକାର ଖଣି ଦୁର୍ନୀତିରେ ଲିପ୍ତ ରହିଛନ୍ତି, ଏପରିକି ଚିଟଫଣ୍ଡ ସ୍କାମରେ ମଧ୍ୟ ଜଡ଼ିତ ରହିଛି । ବିଜେପି ଯଦି କ୍ଷମତାକୁ ଆସେ ତେବେ ଦୁର୍ନୀତିର ମୂଳୋତ୍ପାଟନ କରିବା ସହିତ ଅଭିଯୁକ୍ତମାନଙ୍କୁ ଜେଲରେ ଭର୍ତ୍ତି କରିବ,” ବୋଲି ଅମିତ ଶାହ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନପ୍ରିୟତାକୁ ବୃଦ୍ଧି ହେବାକୁ ଲକ୍ଷ୍ୟ କରି ବିଜେଡ଼ି ସରକାର କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେଉନାହାନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହି ସମାବେଶରେ କହିଛନ୍ତି ।

Leave A Reply

Your email address will not be published.