Latest Odisha News

BREAKING NEWS

Bjp booth president:ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା;ଜଣେ ଅଟକ

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ହତ୍ୟାକାଣ୍ଡ । ବିଜେପି ବୁଥ୍ ସଭାପତି ତପନ ଦ‌ାସଙ୍କୁ ହତ୍ୟା କରାଯାଇଛି । ପ୍ରାଥମିକ ସୂଚନାନୁସାରେ, ଦୁର୍ବୃତ୍ତମାନେ ତପନ ଦ‌ାସଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଅନ୍ୟ ସ୍ଥାନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ତେବେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି ।

ଏହି ଘଟଣାରେ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ହତ୍ୟାକାଣ୍ଡ ପରେ ରାମନଗର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.