Latest Odisha News

BREAKING NEWS

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ: ପ୍ରଥମ ଦଳ ଭାବେ ବିଜେପିର ପ୍ରାର୍ଥୀ ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢୁଛି ଦଳୀୟ ଉଷ୍ମତା । ପିପିଲି ୧୧୦ନମ୍ବର ପିପିଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଆରମ୍ଭ ହୋଇଛି । ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ନେତା ଓ ଦଳିଅ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ।

ବିଜେପି ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ, ବ୍ରହ୍ମଗିରି ବିଧାୟକ ଆଦି ବିଜେପିର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଶ୍ରୀତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Leave A Reply

Your email address will not be published.