Latest Odisha News

BREAKING NEWS

ଛତିଶଗଡରେ ଜୋରଦାର କୁମ୍ବିଂ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ !

ମାଲକାନଗରି: ଛତିଶଗଡ ରାଜ୍ୟର ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଜୋରଦାର କୁମ୍ବିଂ ଅପରେସନ୍ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆଜି ସକାଳେ ଦାନ୍ତେୱାଡାର ପଲ୍ଲୀ ବୀରାସୁର ଗାଁର ଘୋଟିଆ ଜଙ୍ଗଳରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଖବର ପାଇ ଡି.ଆର୍‌.ଜି, ସି.ଆର୍‌.ପି.ଏଫ୍ ଓ ଏସ୍‌.ଟି.ଏଫର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।

ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଜବାବରେ ଯବାନମାନେ ବି ପାଲଟା ଗୁଳିଚାଳନା କରିଥିଲେ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଗୁଳିବିନିମୟ ପରେ ମାଓବାଦୀମାନେ ଘଂଚ ଜଙ୍ଗଲରେ ଆଡୁଆଳରେ ଖସି ପଳାଇଥିଲେ ।

ଘଟଣାସ୍ଥଳରୁ ମାଓବାଦୀ ଚମ୍ପଟ୍ ମାରିବା ପରେ ଯବାନମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ତିନୋଟି ଆଇଡି, ଟିଫିନ୍ ବୋମା, କୋର୍‌ଡେକ୍ସ କେବୁଲ, ଔଷଧ, ଇଲେକଟ୍ରୋନିକ୍ ଡିଟୋନିଟୋର୍ ସହ ମାଓ ପୋଷାକ ଜବତ କରିଥିଲେ । ଘଟଣାସ୍ଥଳରେ ଯବାନମାନେ ଜବତ ଆଇଡିକୁ ନଷ୍ଟ କରିଦେଇଥିବା ଜଣାପଡିଛି ।

Leave A Reply

Your email address will not be published.