ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ବାରଣାସୀରୁ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଲଢିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗତ ୨ଥର ଯାକ ପ୍ରଧାନମନ୍ତ୍ରୀ ବାରଣାସୀରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ସେହିପରି ଗାନ୍ଧୀନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହା । ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ବିଜେପି ପକ୍ଷରୁ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ରାଜସ୍ଥାନ, ଗୁଜରାଟରୁ ୧୫ଟି ଲେଖାଏଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧ୍ୟପ୍ରଦେଶରୁ ୨୪, ଉତ୍ତରପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୦ ପ୍ରାର୍ଥୀ, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମ ଓ ଝାଡ଼ଖଣ୍ଡରୁ ୧୧ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ସ୍ଥାନ ପାଇଛି । ଲୋକସଭାର ବାଚସ୍ପତି ନାଁ ମଧ୍ୟ ପ୍ରଥମ ତାଲିକାରେ ସ୍ଥାନ ପାଇଛି । ବିଜେପି ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୮ ଜଣ ମହିଳାଙ୍କୁ ସ୍ଥାନ ମିଳିଛି । ଏହି କ୍ରମରେ ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ କନ୍ୟା ବାଂଶୁରୀ ସ୍ୱରାଜଙ୍କ ଉପରେ ଦଳ ଭରସା କରିଛି । ବାଂଶୁରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ ।
BREAKING NEWS
- Attempted Shooting at US Hindu Temple:ଆମେରିକାର ହିନ୍ଦୁ ମନ୍ଦିରରେ ଗଣ ଗୁଳିକାଣ୍ଡ ଘଟାଇବା ଷଡ଼ଯନ୍ତ୍ରକୁ ନେଇ ଭାରତ ଚିନ୍ତିତ; ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ
- ୭୫ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷୀୟା ବ୍ଲଗର୍; ହୋଇ ସାରିଛି ନିର୍ବନ୍ଧ
- ବୈଭବ,ସଞ୍ଜୁଙ୍କୁ ନେଇ ଶ୍ରୀକାନ୍ତଙ୍କ ବଡ଼ ଅଭିଯୋଗ; ଟାର୍ଗେଟ୍ରେ ଗୌତମ ଗମ୍ଭୀର
- Odisha Student Union Elections:ଭୋଟିଂ ପରେ ଆସିଛି ଫଳାଫଳ;ରେଭେନ୍ସାରେ BCJD,ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVP…
- ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ
- ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ

Comments are closed.