Latest Odisha News

BREAKING NEWS

ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି ଫେଡେରର, ଭାଇରାଲ ହେଲା ପତ୍ନୀଙ୍କ ପାଦ ଫଟୋ

ବ୍ୟାଙ୍କକ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ତାଙ୍କ ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି । ୨୦୨୨ରେ ଅବସର ଘୋଷଣା କରିଥିବା ଫେଡେରର ଏହି ଅବସରରେ ଅନେକଗୁଡିଏ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହା ମଧ୍ୟରେ ତାଙ୍କ ପତ୍ନୀ ମିର୍କାଙ୍କ ପାଦ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିର୍କାଙ୍କ ପାଦ ଭୁଲ ଅପରେଶନ ଯୋଗୁ ପୂର୍ବ ସ୍ଥିତିରେ ନାହିଁ । ତେବେ ଆସନ୍ତୁ ଜାଣିବା ଫେଡେରର-ମିର୍କାଙ୍କ ପ୍ରେମ ଓ ପାଦ ଏ ଭଳି ହେବାର ସତ୍ୟତା.. ।

ମିର୍କା ଜଣେ ପ୍ରଫେଶନାଲ ଟେନିସ ଖେଳାଳି । ୨୦୦୦ରେ ଫେଡେରର ଓ ମିର୍କା ଅଲିମ୍ପିକ ଅବସରରେ ପରସ୍ପରକୁ ଭେଟିଥିଲେ । ଏହା ପରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ୨୦୦୯ରେ ସେମାନେ ବିବାହ କରିଥିଲେ ଏବଂ ଏବେ ସେମାନଙ୍କ ୪ଟି ସନ୍ତାନ ଅଛି । ୨୦୦୨ରେ ହୋପମ୍ୟାଚ କପ ଅବସରରେ ମିିର୍କା ତାଙ୍କ ପାଦରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫେଡେରର ତାଙ୍କୁ ମ୍ୟାଚ ନ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ସେ ଖେଳିଥିଲେ । ପରେ ପାଦ ଯନ୍ତ୍ରଣା ଯୋଗୁ ସେ ସ୍ୱାଭାବିକ ଖେଳ ପ୍ରଦର୍ଶନ କରି ନ ପାରି ଅଷ୍ଟ୍ରେଲିଆନ ଓପନ ଓ ଇଣ୍ଡିଆନ ୱେଲ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ ।

ଶେଷରେ ସେ ତାଙ୍କ ପାଦର ସର୍ଜରୀ କରାଇଥିଲେ । ସର୍ଜରୀରେ ତ୍ରୁଟି ରହିବା ଯୋଗୁ ସେ ଆଉ ଖେଳିବା ସମ୍ଭବପର ହୋଇ ନ ଥିଲା । ସେ ପୂର୍ବ ଭଳି ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ମିର୍କା ତଥାପି ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ତେବେ ଉଭୟଙ୍କ ପ୍ରେମ କାହାଣୀ ବେଶ ସଫଳ ହୋଇଥିଲା । ଫେଡେରରଙ୍କ ସଫଳତା ପଛରେ ମିର୍କାଙ୍କ ଭୂମିକା କମ ଗୁରୁତ୍ୱପୂର୍ଣ୍ଣ ନ ଥିଲା ।

Leave A Reply

Your email address will not be published.