Latest Odisha News

BREAKING NEWS

ବିରୋଧୀଙ୍କ ମନ୍ତବ୍ୟରେ ଜବାବ ରଖିଲେ ନବୀନ

ଭୁବନେଶ୍ବର: ବିଜେପିର ଏଆଇ ଅଭିଯୋଗ ଉପରେ  ନବୀନ ରଖିଲେ ଜବାବ । କହିଲେ ଭଲ କଥା,ସେମାନେ ନିଜେ ଇଣ୍ଟେଲିଜେନ୍ସ ବ୍ୟବହାର କରନ୍ତୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନବୀନଙ୍କ ଭିଡିଓ ବାର୍ତାରେ ସେ ନିଜେ କହୁନାହାଁନ୍ତି, ଏଆଇ ବ୍ୟବହାର କରି ଭିଡିଓ କରାଯାଉଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ରତ୍ନଭଣ୍ଡାର ଚାବି ହଜିଗଲା ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି । ଯଦି ନବୀନ ବାବୁ କହିଥାନ୍ତେ, ତାହାଲେ ସଭାସମିତିରେ ମଧ୍ୟ କୁହଁନ୍ତେ । ସଭାସମିତିରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି ।

ଏମିତି ଅନେକ ଆରୋପ ଲଗାଇ ଆଲୋଚନା ପାଇଁ ମଞ୍ଚକୁ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ ବରୋଧି ।ଯାହାକୁ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ରୋକଠୋକ୍ ଜବାବ୍  ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି  ଭଲ କଥା,ସେମାନେ ବି ଏଆଇର ବ୍ୟବହାର କରନ୍ତୁ  ।

 

Leave A Reply

Your email address will not be published.