Latest Odisha News

BREAKING NEWS

କର୍ଣ୍ଣାଟକରେ ହାତ ମିଳାଇଲେ ବିଜେପି-ଜେଡିଏସ: ୨୦୨୪ରେ ବଦଳିଯିବ ସମୀକରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ସମୀକରଣ ଆରମ୍ଭ ହୋଇଯାଇଛି । ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଉଭୟ ମେଣ୍ଟ ଆସନ୍ତା ୨୦୨୪ ନିର୍ବାଚନକୁ କିପରି ନିଜ ସପକ୍ଷରେ ନେବେ ସେଥିପାଇଁ ଲାଗି ପଡିଛନ୍ତି । ତେବେ ବିଧାନସଭା ହାରିବା ପରେ ବିଜେପିର ଫୋକସ ଏବେ କର୍ଣ୍ଣାଟକ ଉପରେ ।

କର୍ଣ୍ଣାଟକରେ ଏବେ କଂଗ୍ରେସ ସରକାର ଚାଲିଛି । ବିଜେପି ଦକ୍ଷିଣରେ  ନିଜର ଏଇ ଦୁର୍ଗରେ ୨୦୧୯ର ପ୍ରଦର୍ଶନ ଦୋହରାଇବା ପାଇଁ ଚେଷ୍ଟା ଚଳାଇଛି । ତେଣୁ ଏଠାରେ ଜେଡିଏସ ସହ ମେଣ୍ଟ କରିବା ପାଇଁ ବିଜେପି ଉଦ୍ୟମ ଚଳାଇଛି । ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା ମେଣ୍ଟକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ମେଣ୍ଟ ପାଇଁ ଦୁଇଦଳ ସହମତି ପ୍ରକାଶ କରିଛନ୍ତି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଜେଡିଏସ ମେଣ୍ଟକୁ ନେଇ କହିଛନ୍ତି, ଦେବଗୌଡାଜୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରନ୍ତୁ । ସେ ଆରମ୍ଭରୁ ଏହି ଚାରି ଆସନକୁ ନେଇ  ନିଷ୍ପତ୍ତି କରି ସାରିଛନ୍ତି । ମୁଁ ତାଙ୍କୁ ସ୍ୱାଗତ କରୁଛି ।’

ଅନ୍ୟପକ୍ଷେ କୁହାଯାଉଛି, ଜେଡିଏସ ୫ଟି ସିଟ ଦାବି କରୁଛି । ଜେଡିଏସ ମାଣ୍ଡ୍ୟା, ହାସନ, ତୁମାକରୁ, ଚିକବଲ୍ଲାପୁର ଏବଂ ବେଙ୍ଗାଲୁର ଗ୍ରାମୀଣ ଲୋକସଭା ସିଟ ପାଇଁ ଦାବି କରିଛି ।

ତେବେ କଥା ହେଉଛି, ଜେଡିଏସ ନିଜ ପରିବାରର ପ୍ରଭାବ ଥିବା ୪ ଆସନ ଦାବି କରିଛି  । ଚିକବଲ୍ଲାପୁର ଆସନକୁ ଛାଡିଦେଲେ ଅନ୍ୟ ୪ଟି ଆସନାରେ ଦେବଗୌଡାଙ୍କ ପରିବାର ଲୋକେ ନିର୍ବଚନ ମୈଦାନକୁ ଆସିବେ । ୨୦୧୯ରେ ମାଣ୍ଡ୍ୟା ଆାସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ,  ତୁମାକରୁ ଆସନରୁ ନିଜେ ଦେବଗୌଡା, ହାସନ ଆସନରୁ ତାଙ୍କ ନାତି ପ୍ରଜ୍ଜ୍ୱଳ ରେବନ୍ନା ଆଶାୟୀ ପ୍ରାର୍ଥୀ ଅଛନ୍ତି ।  ସେହିପରି ବେଙ୍ଗାଲୁର ଗ୍ରାମୀଣ ଲୋକସଭା ଆସନରୁ ଏଚଡି କୁମାରସ୍ୱାମୀଙ୍କ ପତ୍ନୀ ଅନିତା କୁମାରସ୍ୱାମୀ ଆଶାୟୀ ପ୍ରାର୍ଥୀ ଅଛନ୍ତି ।

ତେବେ ଜେଡିଏସ-ବିଜେପି ମେଣ୍ଟ ହେଲେ ଦକ୍ଷିଣ ଭାରତର ଏହି ରାଜ୍ୟରେ ସାମଜିକ ଏବଂ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯିବ । କର୍ଣ୍ଣାଟକ ଜନଂସଖ୍ୟାର ୧୭ ପ୍ରତିଶତ ଲିଙ୍ଗାୟତ ସମୁଦାୟ ବିଜେପିର କୋର ଭୋଟର ବୋଲି ବିଶ୍ୱାସ କରାଯାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମଧ୍ୟ ଲିଙ୍ଗାୟତ ସମୁଦାୟର । ରାଜ୍ୟର ଦ୍ୱିତୀୟ ପ୍ରଭାବଶାଳୀ ଭୋଟର ହେଉଛନ୍ତି ଭୋକ୍କାଳିଗା ସମୁଦାୟ । ତେବେ ଏହି ଭୋକ୍କାଳିଗା ସମୁଦାୟ ପାରମ୍ପରିକ ଭାବେ ଜେଡିଏସର ଭୋଟର ବୋଲି କୁହାଯାଇଥାଏ । ଜେଡିଏସ ମୁ୍ଖ୍ୟ ଦେବଗୌଡା ମଧ୍ୟ ଏହି ଭୋକ୍କାଳିଗା ସମୁଦାୟର ।  ଯଦି ଦୁଇ ଦଳ ଏକାଠି ହୁଅନ୍ତି ତେବେ ୩୨ ପ୍ରତିଶତ ଭୋଟ ଏନଡିଏ ଖାତାକୁ ଆସିବ  । ଦୁଇ ଦଳର ଭୋଟ କେତେ କାହା ପାଖକୁ ଟ୍ରାନ୍ସଫର ହେଉଛି ତାହା ପରକଥା, ତେବେ ରାଜନୈତିକ ଦୃଷ୍ଟି କୋଣରୁ ଦେଖିଲେ ମେଣ୍ଟ ହେଲେ ବିଜେପି ନିଜର ସ୍ଥିତି ଏଠାରେ ମଜବୁତ କରିପାରିବ ।

Leave A Reply

Your email address will not be published.