Latest Odisha News

BREAKING NEWS

ବଦ୍ରିନାଥ ଓ କେଦାରନାଥରେ ହେଉଛି କି ଦାନ ଟଙ୍କା ଚୋରି, ତଦନ୍ତ ନିର୍ଦ୍ଦେଶ 

ଡେରାଡୁନ: ରାମ ମନ୍ଦିର ଦାନ ଚୋରି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି।

ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେଉଛି।ଯେଉଁଥିରେ ଦାବି କରାଯାଇଛି ଯେ ବଦ୍ରିନାଥ ମନ୍ଦିରରେ ପ୍ରାପ୍ତ ଦାନ ଏବଂ ନୈବେଦ୍ୟର ମଧ୍ୟ ଅପବ୍ୟବହାର କରାଯାଉଛି। ଯାହାପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

BKTC ସଭାପତି ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ମନ୍ଦିର କମିଟି ଏହି ଅଭିଯୋଗଗୁଡ଼ିକୁ ବହୁତ ଗମ୍ଭୀରତାର ସହ ନେଇଛି। ସମଗ୍ର ମାମଲାର ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ତଥ୍ୟଗତ ତଦନ୍ତ କରିବା ପାଇଁ ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି। ସମ୍ପୃକ୍ତ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ଅପରପକ୍ଷରେ ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ ନିୟମ ଅନୁଯାୟୀ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Comments are closed.