Latest Odisha News

BREAKING NEWS

ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କଲା ବିଏମସି

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା କଟକଣାକୁ କୋହଳ କଲା ବିଏମସି । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦିରେ ଅତିଥିଙ୍କ ସଂଖ୍ୟା ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି ।

ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ କଟକଣା ଲଗାଇଥିଲା ବିଏମସି । ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୫୦ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି ହୋଇଥିଲା । ନୂଆ ନିର୍ଦ୍ଦେଶନାମା ଅନୁସାରେ, ଏହି ସବୁ କାର୍ଯ୍ୟରେ ସାମାଜିକ ଦୂରତା ନିୟମ ବଜାୟ ରଖିବା ସହ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ପହିଲାରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏହି ନିୟମ ଲାଗୁ ହେବ ।

Leave A Reply

Your email address will not be published.