Latest Odisha News

BREAKING NEWS

ଦୀର୍ଘ ଦିନ ପରେ ବସିଲା ପୁରୀ ଜିଲ୍ଲା ପରିଷଦ ବୈଠକ

ପୁରୀ : ଦୀର୍ଘ ଦିନ ପରେ ବସିଲା ଜିଲ୍ଲା ପରିଷଦ ବୈଠକ । ପୁରୀ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ। ଏହି ବୈଠକରେ ଜିଲ୍ଲାପରିଷଦର ସମସ୍ତ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ଦୀର୍ଘ ଦୁଇ ବର୍ଷ ପରେ ବସିଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା ଯୋଗୁଁ ଜିଲ୍ଲା ପରିଷଦ ର ବୈଠକ ଓ କାର୍ଯ୍ୟ ଠପ୍ ହୋଇ ପଡ଼ିଥିଲା । ଆଜି ଅନୁଷ୍ଠିତ ହୋଇଥିବା ଏହଗ ସପ୍ତମ ବୈଠକରେ ଜିଲ୍ଲା ର ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ମାନେ ବୈଠକରେ ସାମିଲ ହୋଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉମା ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥି ପ୍ରମୁଖ ଓ ଜିଲ୍ଲା ପରିଷଦ ର ସଭ୍ୟ ସଭ୍ୟା ମାନେ ଭାଗ ନେଇଥିଲେ। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ମିଳିଥିବା ଅନୁଦାନ ଖର୍ଚ୍ଚ ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶ ରେ ଦିଆଯାଇଥିବା ପ୍ରକଳ୍ପ ଗୁଡିକର ଅନୁମୋଦନ ଓ ସଂଶୋଧନ କରାଯାଇଥିଲା। ଜିଲ୍ଲା ରେ କରାଯାଇଥିବା ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ସର୍ବ ଶିକ୍ଷା ଅଭିଯାନ, କୃଷି, ବିଦ୍ୟୁତ୍, ଯୋଗାଣ ବିଭାଗ ପ୍ରଭୃତିର ଅନୁଦାନ ଓ ଖର୍ଚ୍ଚର ଆଲୋଚନା ହୋଇଥିଲା ।

ବୈଠକରେ ଜିଲ୍ଲାର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଭାଗ ନେଇ ପରିଷଦ ର କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଗୁଡ଼ିକୁ ତ୍ବାରାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପିପିଲି ର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ଉଦ୍ଦେଶ୍ୟରେ ବୈଠକ ଆରମ୍ଭ ପୂର୍ବରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.