Latest Odisha News

BREAKING NEWS

ଶିକ୍ଷା ବିଭାଗରେ ବଡ ପରିବର୍ତ୍ତନ: ବର୍ଷରେ ଦୁଇଥର ହେବ ବୋର୍ଡ ପରୀକ୍ଷା, ଏକାଦାଶ, ଦ୍ୱାଦଶ ପିଲା ପଢିବେ ୨ଟି ଭାଷା

ନୂଆଦିଲ୍ଲୀ:୨୦୨୪ ଶିକ୍ଷାବର୍ଷ ପାଇଁ ଆସିଲା ନୂଆ ଶିକ୍ଷାନୀତି ।  ମିନିଷ୍ଟ୍ରି ଅଫ ଏଡୁକେଶନ ପକ୍ଷରୁ ବୁଧବାର ଜାରି ଏକ ନୂଆ ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତା ଶିକ୍ଷାବର୍ଷଠାରୁ  ବୋର୍ଡ ପରୀକ୍ଷାରେ ବଡ ପରିବର୍ତ୍ତନ କରାଯିବ । ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯିବ । ନୂଆ ନୀତି ଅନୁସାରେ, ବର୍ଷକରେ ଦୁଇଟି ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ଦୁଇଟି ପରୀକ୍ଷା ଦେଇପାରିବେ । ଦୁଇ ପରୀକ୍ଷାର ଫଳାଫଳ ମଧ୍ୟରୁ ଯେଉଁଟି ବେଷ୍ଟ ହୋଇଥିବ ତାହାକୁ ଗ୍ରହଣ କରାଯିବ ।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନୂଆ ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ଦୁଇଟି ଭାଷାଭିତ୍ତିକ ବିଷୟ ପଢିବ  । ଏହି ଦୁଇଟି  ବିଷୟରୁ ଗୋଟିଏ ଭାଷା ନିଶ୍ଚତ ଭାବେ ଭାରତୀୟ ହୋଇଥିବ ।

କେନ୍ଦ୍ର ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ, ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୋଚିଂ ଏବଂ ମେମୋରି ପରୀକ୍ଷା ବଦଳରେ ସେମାନଙ୍କ ବୁଝିବା ଶକ୍ତି ଏବଂ ଦକ୍ଷତାର ଉପଲବ୍ଧିର ଆକଳନ କରାଯିବ ।

ସେହିପରି  ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନେ ଷ୍ଟିମକୁ ଦେଖି ନିଜ ନିଜ ବିଷୟ ବାଛିବାକୁ ବାଧ୍ୟ ହୋଇଥାନ୍ତି ।  ହେଲେ ଆଉ ସେ କଟକଣା ରହିବ ନାହିଁ । ଏଣିକି ଛାତ୍ରଛାତ୍ରୀମାନେ ସେମାନଙ୍କ ପସନ୍ଦ ଅନୁସାରେ  ବିଷୟବସ୍ତୁ ବାଛିବାର ସୁବିଧା ରହିବ ।

ଏହାବ୍ୟତୀତ ପାଠ୍ୟପୁସ୍ତକରେ କଭର କରିବା ପ୍ରଥାରୁ ଛାତ୍ରଛାତ୍ରୀମାନେ ମୁକ୍ତି ପାଇବେ । ପାଠ୍ୟପୁସ୍ତକ ଦାମ ମଧ୍ୟ ଶସ୍ତା କରାଯିବ ।

 

Leave A Reply

Your email address will not be published.