Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଖସିଲା ବୋଇଂ ସେୟାର

ଅହମ୍ମଦାବାଦ: ଆଜି ଅପରାହ୍ନ ସମୟରେ ଅହମ୍ମଦାବାଦରେ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣା ପରେ ବିମାନ କମ୍ପାନୀର ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।

ଆମେରିକାର ମାର୍କେଟରେ ଗୁରୁବାର ଦିନ ପ୍ରି ମାର୍କେଟ ଡିଲରେ ବୋଇଂର ସେୟାର ୭.୮% ହ୍ରାସ ପାଇ $୧୯୭.୩ (୧୬,୮୭୫ ଟଙ୍କା) ରେ ପହଞ୍ଚିଛି। ଯାହାକି ଗତ ବୁଧବାର ଦିନ  ଏହା $୨୧୪ (୧୮,୩୦୫ ଟଙ୍କା) ରେ ବନ୍ଦ ହୋଇଥିଲା। ଲଗାତାର ତୃତୀୟ ଦିନ ଧରି ବୋଇଂର ସେୟାର ହ୍ରାସ ପାଇଛି।

ତେବେ ଏହି ବଡ଼ ଧରଣର ଦୁର୍ଘଟଣା ପରେ କମ୍ପାନୀ ଅଧିକ ସୂଚନା ସଂଗ୍ରହ କରିବା ଓ ଏହି ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ବିଷୟରେ ଅବଗତ ଥିବା ମଧ୍ୟ କହିଛି। ୨୦୧୨ ମସିହାରେ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନରକୁ କିଣିଥିଲା। ଏହା ଦକ୍ଷିଣ କାରୋଲିନା ପ୍ଲାଣ୍ଟରେ ନିର୍ମିତ ହୋଇଥିବାବେଳେ ଏହା ଦିଲ୍ଲୀ-ନ୍ୟୁୟର୍କ, ମୁମ୍ବାଇ-ଲଣ୍ଡନ ଭଳି ଲମ୍ବା ରୁଟ ପାଇଁ ଉଡାଣ ଭରିଥାଏ।

ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୫୩ ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡ଼ା ନାଗରିକ ଥିଲେ। ତେବେ ଦୁର୍ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ୧୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତଦେହ ଅତ୍ୟଧିକ ପୋଡ଼ି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଛି। ଡିଏନଏ ପରୀକ୍ଷା ପରେ ହିଁ ସେମାନଙ୍କର ଚିହ୍ନଟ କରାଯାଇପାରିବ ବୋଲି କୁହାଯାଉଛି।

ତେବେ ବିମାନଟି ଯେଉଁ ବିଲ୍ଡିଂରେ ଧକ୍କା ହୋଇଥିଲା ସେଠାରେ  ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲର ଡାକ୍ତରମାନେ ରହୁଥିବାର ଜଣାପଡ଼ିଛି। ଫଳରେ ୧୫ ଜଣ ଡାକ୍ତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି।

 

Comments are closed.