Latest Odisha News

BREAKING NEWS

ଅନାଥ ପିଲାମାନଙ୍କ ଲାଗି ଲାଇବ୍ରେରୀ ଖୋଲିଲେ ସୋନାଲୀ ବେନ୍ଦ୍ରେ…

ମୁମ୍ବାଇ: ବଲିଉଡ଼ର ପ୍ରଖ୍ୟାତ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କୁନିକୁନି ନିରାଶ୍ରୟ ଅନାଥ ପିଲାମାନଙ୍କ ଲାଗି ଏକ ଲାଇବ୍ରେରୀ ଖୋଲିଛନ୍ତି । ଏନେଇ ସେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭିଡ଼ିଓ ସେୟାର୍ କରିଛନ୍ତି ।

କର୍କଟ ରୋଗରେ ପୀଡ଼ିତା ଥିବା ସୋନାଲୀ କିଛିମାସ ପୂର୍ବରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।

କର୍କଟ ରୋଗରୁ ମୁକ୍ତି ପାଇ ସେ ସମାଜସେବାକୁ ଆଦରି ନେଇଛନ୍ତି । ସୋନାଲୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଲାଇବ୍ରେରୀରେ ସାନସାନ ପିଲାମାନଙ୍କ ଲାଗି ଅନେକ ଉପାଦେୟ ପୁସ୍ତକ ରହିବା ସହିତ ଅନେକ ଖବରକାଗଜ ଓ ପତ୍ର ପତ୍ରିକା ମଧ୍ୟ ରହିଛି । ନିରାଶ୍ରୟ ଓ ଅନାଥ ଶିଶୁ ଯେଉଁମାନେ ଅନେକ ଭଲ ପୁସ୍ତକ ଅଧ୍ୟୟନ କରିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ଲାଗି ସେ ଏହି ପୁସ୍ତକ ସଂଗ୍ରହାଳୟ ସ୍ଥାପନ କରିଥିବା ଜଣାପଡ଼ିଛି ।

୍ଣସସୋନାଲୀ ପୂର୍ବରୁ ମଧ୍ୟ ଅନାଥ ଶିଶୁମାନଙ୍କ ଲାଗି ଅନେକ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ସମାଜର ଅବହେଳିତ ବ୍ୟକ୍ତି ତଥା ମାନସିକ ଅନଗ୍ରସର ବ୍ୟକ୍ତିମାନଙ୍କ ଲାଗି ପ୍ରତିଷ୍ଠିତ କେତେକ ସ୍ୱେଚ୍ଛାସେବୀ ସଂଗଠନ ସହିତ ପୂର୍ବରୁ ଜଡ଼ିତ ।

Leave A Reply

Your email address will not be published.