Latest Odisha News

BREAKING NEWS

ଗୁଗୁଲ୍ ସର୍ଚ୍ଚ ତାଲିକା: କ୍ରିକେଟ ବିଶ୍ୱକପ ସହିତ ଅଭିନନ୍ଦନ ଶୀର୍ଷରେ !

ମୁମ୍ବାଇ: ୨୦୧୯ରେ ଗୁଗଲ ଇଣ୍ଡିଆରେ ଭାରତୀୟମାନେ ସର୍ବାଧିକ ସର୍ଚ୍ଚ କରିଥିବା ତାଲିକା ପ୍ରକାଶ ପାଇଛି । ଏଥିରେ କ୍ରିକେଟ ବିଶ୍ୱକପ ଟପିକ୍ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ଲୋକସଭା ନିର୍ବାଚନ, ଚନ୍ଦ୍ରାୟନ-୨, କବୀର ସିଂ ଓ ଆଭେଞ୍ଜର୍ସ ଏଣ୍ଡଗେମ୍ ରହିଛି ।

ସେହିପରି ବ୍ୟକ୍ତିତ୍ୱ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ ଏୟାରଫୋର୍ସର ଅଭିନନ୍ଦନ ବର୍ତ୍ତମାନ । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଗାୟିକା ଲତା ମଙ୍ଗେସକର ରହିଛନ୍ତି ।

ସେହିପରି କ୍ରିକେଟର ଯୁବରାଜ ସିଂ, ଗଣିତଜ୍ଞ ଆନନ୍ଦ କୁମାର ଓ ଉରି ଫିଲ୍ମ ନାୟନ ଭିକି କୌଶଳ ଯଥାକ୍ରମେ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି । ଷଷ୍ଠ ସ୍ଥାନରେ କ୍ରିକେଟର ଋଷଭ ପନ୍ତ, ୭ମ ସ୍ଥାନରେ ଗାୟିକା ସେନସେଶନ ରାନୁ ମଣ୍ଡଳ, ୮ମ ସ୍ଥାନରେ ଅଭିନେତ୍ରୀ ତାରା ସୁତାରିଆ, ୯ମ ସ୍ଥାନରେ ବିଗ୍ ବସ ସିରିୟଲରେ ସ୍ଥାନ ପାଇଥିବା ସିଦ୍ଧାର୍ଥ ଶୁକ୍ଲା ଓ ୧୦ମ ସ୍ଥାନରେ କୋଏନା ମିତ୍ର ରହିଛନ୍ତି ।

ସେହିପରି ପ୍ରଶ୍ନରେ ପ୍ରଥମ ସ୍ଥାନରେ ରହିଛି ହ୍ୱାଟ ଇଜ୍ ଆର୍ଟିକିଲ ୩୭୦ । ଏହା ପଛକୁ ହ୍ୱାଟ ଇଜ ଏକଜିଟ ପୋଲ, ହ୍ୱାଟ ଇଜ ବ୍ଲାକହୋଲ୍ ହ୍ୱାଟ ଇଜ ହାଓଦି ମୋଦି ଓ ହ୍ୱାଟ ଇଜ ଇ-ସିଗାରେଟ । ସଙ୍ଗୀତ ସର୍ଚ୍ଚରେ ଲେ ଫଟୋ ଲେ ଶୀର୍ଷରେ ରହିଛି । ତେରି ମେରି କାହାନୀ, ତେରି ପ୍ୟାରୀ ପ୍ୟାରୀ ଦୋ ଆଖିୟାଁ, ୱାସ୍ତେ ଓ କୋକା କୋଲା ତୁ ରହିଛି ।

Leave A Reply

Your email address will not be published.