Latest Odisha News

ଦୁର୍ଦ୍ଦାନ୍ତ ମାଓବାଦୀ ରମନ୍ନାର ହୃଦଘାତରେ ମୃତ୍ୟୁ

ରାୟପୁର: ଦେଶର କୁଖ୍ୟାତ ମାଓବାଦୀ ତଥା ମୋଷ୍ଟ ୱାଣ୍ଟେଡ଼ ୫୫ ବର୍ଷୀୟ ରବୁଲା ଶ୍ରୀନିବାସ ଓରଫ ରମନ୍ନା ହୃଦଘାତରେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ହାର୍ଡକୋର୍ ମାଓବାଦୀ ରମନ୍ନା ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲା ସୁକମା ପୋଲିସ।

ରମନ୍ନାଙ୍କୁ ଜୀବିତ ଅଥବା ମୃତ ଅବସ୍ଥାରେ ଧାରାଇଦେଲେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ଜାରି ହୋଇଥିଲା।

ଏହି ହାର୍ଡକୋର୍ ନକ୍ସଲପନ୍ଥୀ ରମନ୍ନାର ମୃତ୍ୟୁ ହୃଦଘାତ ଦ୍ୱାରା ହୋଇଛି ବୋଲି ଛତିଶଗଡ଼ ପୋଲିସ ସ୍ପଷ୍ଟ କରିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ହୋଇଛି ।

ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଭାପତି ତଥା ‘ସେଣ୍ଟ୍ରାଲ କମିଟି ଅଫ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ'(ମାଓଇଷ୍ଟ)ର ସଦସ୍ୟ ଥିବା ରମନ୍ନା ଛତିଶଗଡ଼ ଜଙ୍ଗଲରେ ପ୍ରାଣ ହରାଇଛି ।

ବସ୍ତର, ତାଡ଼ମେଳା, ଝିରମ, ବୁରକାପାଲ ଆଦି ସ୍ଥାନରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ରମନ୍ନା ଥିଲା ମାଷ୍ଟର ମାଇଣ୍ଡ ।

ବସ୍ତର ଇନ୍ସପେକ୍ଟର ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.