Latest Odisha News

BREAKING NEWS

ମରିଗଲା ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ

କଟକ: ଜଣେ ବ୍ରେନ୍ ଡେଡଙ୍କ କିଡନୀରେ ୨ ଜଣ ନୂଆ ଜୀବନ ପାଇଛନ୍ତି । କଟକ ବଡ଼ ମେଡିକାଲରେ ଏହା ସମ୍ଭବ ହୋଇଛି । ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ବ୍ରେନ୍ ଡେଡଙ୍କ କିଡନୀକୁ ୨ ଜଣଙ୍କ ଠାରେ ପ୍ରତିରୋପଣ କରି ନୂଆ ଜୀବନ ଦେଇଛନ୍ତି ।

ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଟକ ଜଗତପୁର ତରୋଲର ୫୭ ବର୍ଷୀୟ ତନୁଜା କର ସିଟିଭିଏସ୍ ବିଭାଗରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ପରେ ତନୁଜାଙ୍କ କିଡନୀ ୨ଟିକୁ ଜରୁରୀ ଆବଶ୍ୟକତା ଥିବା ୨ ଜଣ କିଡନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି ।

ଏହି ପ୍ରତିରୋପଣରେ ଆପୋଲ ହସ୍ପିଟାଲ୍ ଭୁବନେଶ୍ୱର ଆବଶ୍ୟକୀୟ ସହାୟତା ଯୋଗାଇ ଥିଲା । କିଡନୀ ଦାତା ଓ ଗ୍ରହଣକାରୀଙ୍କ ସମସ୍ତ ତଥ୍ୟ କ୍ରସ୍ ଚେକ୍ ପରେ କିଡନୀ ପ୍ରତିରୋପଣ ହୋଇଥିବା ବେଳେ ଉଭୟ ସୁସ୍ଥ ଅଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ୩୬ ବର୍ଷୀୟ ଆଲୋକ ବୋଦକ ଏବଂ କଟକ ସିଡିଏର ୪୮ ବର୍ଷୀୟ ସୌର୍ଯ୍ୟ ରଞ୍ଜନ ସାହୁଙ୍କ ସାହୁଙ୍କ ଠାରେ କିଡନୀ ପ୍ରତିରୋପଣ ହୋଇଥିବା ସୂଚନା ଦେଇଛନ୍ତି ଏସସିବି କର୍ତ୍ତୃପକ୍ଷ ।

Leave A Reply

Your email address will not be published.