Latest Odisha News

BREAKING NEWS

ମୋତେ ସ୍ଲୋ ପଏଜନ ଦେଇ ପାରନ୍ତି, ଟଏଲେଟ ବି ଛାଡୁ ନାହାନ୍ତି; ସୁପ୍ରିମକୋର୍ଟରେ ଆବେଦନ କଲେ ଇମ୍ରାନ ଖାନ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଦେଶ ଅଶାନ୍ତ ହୋଇପଡିଛି । ସାରା ଦେଶରୁ ଇଣ୍ଟରନେଟ ବନ୍ଦ କରି ଦିଆଯାଇଛି । ଇସଲାମବାଦ କୋର୍ଟ ଇମ୍ରାନଙ୍କ ଗିରଫଦାରିକୁ ଠିକ ବୋଲି ଦର୍ଶାଇବା ପରେ  ଇମ୍ରାନ ଦଳ ପିଟିଆଇ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଏହା ବିରୋଧରେ ଇମ୍ରାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ତାଙ୍କ ଦଳ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ଆବେଦନ ଦାଏର କରାଯାଇଛି ।

ଏହି ଆବେଦନରେ କୁହାଯାଇଛି, କୋର୍ଟଙ୍କ ଆଦେଶ ସମ୍ବିଧାନର ଅନୁଚ୍ଛେଦ ୧୦ଏ କୁ ବରୋଧ କରୁଛି । ଏହାବ୍ୟତୀତ ଏନଏମବିର ଚେୟାରମ୍ୟାନଙ୍କ ଦ୍ୱାରା ଜାରି ୱାରେଣ୍ଟ ଆଇନସମ୍ମତ ନୁହେଁ । ସେ ସୁପ୍ରିମ କୋର୍ଟକୁ କହିଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏପରକି ସେ ଏହି ମାମଲାର ଶୁଣାଣି ତତ୍କାଳ ଅର୍ଥାତ ଆଜି କରିବାକୁ ଆବେଦନ କରିଛନ୍ତି ।

ଇମ୍ରାନ କହିଛନ୍ତି ତାଙ୍କୁ ସ୍ଲୋ ପଏଜନ ଦିଆଯାଇ ପାରେ । ସେ ସୁପ୍ରିମ କୋର୍ଟଙ୍କୁ ଏକଥା ମଧ୍ୟ ଅବଗତ କରାଇଛନ୍ତି ଯେ ତାଙ୍କୁ ଟଏଲେଟ ବି ଯିବାକୁ ଦିଆ ଯାଉନାହିଁ । ଗିରଫ ହେବାର ୨୪ ଘଣ୍ଟା ପରେ ବି ଇମ୍ରାନ ଟଏଲେଟ ଯାଇ ନ ଥିବା ତାଙ୍କ ଆବେଦନରେ କହିଛନ୍ତି । ସେ ତାଙ୍କ ଡାକ୍ତରଙ୍କୁ ଡାକିବା ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି ।

ସେ କହିଛନ୍ତି, ମୋତେ ଡର ଲାଗୁଛି, ପ୍ରଧାନମନ୍ତ୍ରୀ ଶରୀଫ ଏବଂ ପରିବାର ବିରୋଧରେ ମନି ଲଣ୍ଡରିଂ ମାମଲାର ଏକମାତ୍ର ସାକ୍ଷୀ ଚପରାଶୀକୁ ମାରିବା ପରି  କାଳେ ତାଙ୍କୁ ମାରିବେ । ଉକ୍ତ ଚପରାଶୀକୁ ଡ୍ରଗ୍ସ ଦେଇଦେଲେ ପରେ କାର୍ଡିଆକ ଆରେଷ୍ଟ ବୋଲି କୁହାଗଲା । ସେ ଆହୁରି କହିଛନ୍ତି, ତାଙ୍କୁ ସ୍ଲୋ ପଏଜନର ଇଞ୍ଜେକସନ ବି ଦେଇ ପାରନ୍ତି ।

Leave A Reply

Your email address will not be published.