Latest Odisha News

ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଟିମ ଇଣ୍ଡିଆ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଇଂଲଣ୍ଡ ମ୍ୟାଚକୁ ଜିତି ସିରିଜରେ ପ୍ରତ୍ୟାବର୍ତନ କରିବା ପାଇଁ ଚାହିଁବ । ଇଡେନଗାର୍ଡେନରେ ଭାରତର ସ୍ପିନ ଚକ୍ରବ୍ୟୁହରେ ଇଂଲଣ୍ଡ ଫସି ଯାଇଥିଲା । ଏଥର ଚେନ୍ନାଇରେ ଟିମ ଇଣ୍ଡିଆ କେଉଁ ରଣନୀତି ଆପଣାଇବ ସେଥିପ୍ରତି ସମସ୍ତଙ୍କ ନଜର ରହିବ । ଚେନ୍ନାଇ ପିଚ ସ୍ପିନରଙ୍କୁ ସୁହାଉଥିବାରୁ ଭାରତ ଚୂଡାନ୍ତ ଏକାଦଶରେ ବିଶେଷ ପରିବର୍ତନ ନ କରିପାରେ । ତେବେ କାକର ଉଭୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସମୀକ୍ଷକମାନେ କହିଛନ୍ତି । ଟସ ଜିତିବା ଟିମ ନିଶ୍ଚିତ ଭାବେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇ ପାରନ୍ତି ।

୨୦୧୮ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶେଷ ଥର ପାଇଁ ଟି୨୦ ମ୍ୟାଚ ଖେଳା ଯାଇଥିଲା । ଏଥିରେ ଭାରତ ବୃହତ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଫିଲ ସଲ୍ଟ, ବେନ ଡକେଟ, ଲିଆମ ଲିଭିଂଷ୍ଟୋନ ଓ ଜ୍ୟାକବ ବେଥେଲଙ୍କ ବ୍ୟାଟିଂ ପ୍ରଦର୍ଶନ ଅଧିନାୟକ ଜୋସ ବଟଲରଙ୍କୁ ଚିନ୍ତାରେ ପକାଇଛି । ବରୁଣ ଚକ୍ରବର୍ତି ପୂନର୍ବାର ସେମାନଙ୍କ ପାଇଁ ଏକ ରହସ୍ୟମୟ ବୋଲର ସାବ୍ୟସ୍ତ ହୋଇପାରନ୍ତି । ମହମ୍ମଦ ସାମୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ ତାହା ଏବେ ବି ସ୍ପଷ୍ଟ ହୋଇ ପାରିନି । ପ୍ରଥମ ମ୍ୟାଚର ହୀରୋ ଅଭିଷେକ ଶର୍ମା ଆଘାତ ସମସ୍ୟାରେ ପଡିଥିବାରୁ ତାଙ୍କ ଖେଳିବା ନେଇ ସଂଶୟ ରହିଛି । ଯଦି ସେ ନ ଖେଳିବେ ତେବେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ପ୍ରଦାନ କରାଯାଇପାରେ ।

Comments are closed.