Latest Odisha News

BREAKING NEWS

ଧୋନୀ, କୋହଲି, ରୋହିତଙ୍କୁ ପଛରେ ପକାଇଲେ ବୁମରାହ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଭାରତ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତ ଏହି ମ୍ୟାଚକୁ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ୨ ରନରେ ବିଜୟୀ ହୋଇଛି । ପ୍ରଥମ ଭାରତୀୟ ଭାବେ ବୁମରାହ ଆନ୍ତର୍ଜାତୀୟ ଟି୨୦ ପ୍ରଥମ ମ୍ୟାଚରେ ନେତୃତ୍ୱ ନେବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମା ଏହି ସଫଳତା ହାସଲ କରିପାରି ନ ଥିଲେ । ବୁମରାହ ଏହି ମ୍ୟାଚରେ ୨୪ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଆଘାତ ସମସ୍ୟା ଯୋଗୁ ପ୍ରାୟ ୧ ବର୍ଷ ଧରି ସେ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ ।

ପ୍ରତ୍ୟାବର୍ତନ ମ୍ୟାଚରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଟି୨୦ କ୍ରିକେଟରେ ବୁମରାହ ଭାରତର ୯ମ ଅଧିନାୟକ ହୋଇଛନ୍ତି । ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ, ମହେନ୍ଦ୍ର ସିଂ ଧୋନୀ, ସୁରେଶ ରାଇନା, ଅଜିଙ୍କ୍ୟ ରାହାନେ, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି ।

Leave A Reply

Your email address will not be published.