Latest Odisha News

BREAKING NEWS

ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ:ଭାରତୀୟ ସ୍ପିଡ୍ ଷ୍ଟାର୍ ଜସପ୍ରୀତ ବୁମରା ଟି୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ଓହ୍ଲାଇଥିବା ବେଳେ ବୁମରା ପ୍ରଥମ ଓଭରରେ କୌଣସି ରନ୍ ନଦେଇ ମେଡେନ୍ ଓଭର ପକାଇଥିଲେ । ଏହାସହ ଆଇସିସିର ଫୁଲ୍ ମେମ୍ବର ଦେଶଗୁଡ଼ିକ ମଧ୍ୟରେ ସବାଧିକ ମେଡେନ୍ ଓଭର ବୋଲିଂ କରିଥିବା ବୋଲର ଭାବେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଫଗାନିସ୍ତାନର ଅଧିନାୟକ ତଥା ଓପନର ଇବ୍ରାହିମ୍ ଜାଦ୍ରାନଙ୍କ ବିପକ୍ଷରେ ବୁମରା ନିଜର ସଠିକ୍ ଲାଇନ୍ ଏବଂ ସ୍ୱିଙ୍ଗ୍ ବୋଲିଂ କରିଥିଲେ । ଜାଦ୍ରାନ ୬ଟି ଯାକ ବଲ୍ ଡିଫେଣ୍ଡ କରିବାକୁ ବାଧ୍ୟ ହୋଇଥିଲେ । ବୁମରାଙ୍କ ନିଜ ଟି୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଇନିଂସର ପ୍ରଥମ ଓଭରରେ ମେଡେନ ପକାଇଛନ୍ତି ।

ଏହି ଓଭର ସହ ଟି୨୦ ଆନ୍ତର୍ଜାତୀୟରେ ବୁମରାଙ୍କ ମୋଟ ମେଡେନ୍ ଓଭର ସଂଖ୍ୟା ୧୩ରେ ପହଞ୍ଚିଛି । ସେ ଜିମ୍ବାୱେର ଫାଷ୍ଟ ବୋଲର ରିଚାର୍ଡ ଙ୍ଗାରଭା (୧୨ଟି ମେଡେନ୍)ଙ୍କୁ ପଛରେ ପକାଇ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଟି୨୦ ଆନ୍ତର୍ଜାତୀୟରେ ଭାରତ ପାଇଁ ପାରିର ପ୍ରଥମ ଓଭର ମେଡେନ୍ ପକାଇଥିବା ବୋଲରମାନେ ହେଲେ ଭୁବନେଶ୍ୱର କୁମାର(୬ ଥର), ଅର୍ଶଦୀପ ସିଂ(୨), ଜସପ୍ରୀତ ବୁମରା(୧) ହରଭଜନ ସିଂ(୧) , ହାର୍ଦ୍ଦିକ ପାଣ୍ଡ୍ୟା(୧ ), ଅକ୍ଷର ପଟେଲ(୧), ଦୀପକ ଚାହର(୧), ମହମ୍ମଦ ସିରାଜ(୧ ),ଆଶିଷ ନେହରା(୧), ପ୍ରବୀଣ କୁମାର(୧)  ଓ ବରିନ୍ଦର ସରନ(୧) ।

Leave A Reply

Your email address will not be published.