Latest Odisha News

BREAKING NEWS

ଭାରି ପଡିଲା ମିଛ ଅପହରଣ, ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ବରଗଡ଼: ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଅପହରଣ ଘଟଣାର ନୂଆ ମୋଡ । ମହଙ୍ଗା ପଡିଲା ନିଜେ ନିଜକୁ ଅପହରଣ କରିବା । ଅପହରଣ ଚାଲ କରି ୮୦ ଲକ୍ଷ୍ୟର ଚୁନା ଲଗାଇଥିଲେ ବ୍ୟବସାୟୀ । ଶେଷରେ ଗିରଫ କଲା ପୋଲିସ । ବରଗଡ ଟାଉନ ଥାନା ପୋଲିସ ଏଭଳି ଏକ ମିଛ ଅପହରଣ ଘଟଣାର ପର୍ଦାଫାସ କରିଛି ।

ସୂଚନା ଅନୁସାରେ, ସୁନୀଲ ଅଗ୍ରୱାଲ ନାମକ ଜଣେ ଯୁବକ ବରଗଡ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ସମୁଦାୟ ୯ ଗୋଟି ରାଇସ ମିଳରୁ ଖୁଦ ନେଇ କଣ୍ଟାବାଞ୍ଜିର ଜଣେ ବ୍ୟାପାରୀଙ୍କ ନିକଟରେ ପହଞ୍ଚାଇଥାନ୍ତି | ମାତ୍ର ମାସକ ତଳେ ସୁନୀଲ ୯ ଗୋଟି ମିଲରୁ ଖୁଦ ଉଠାଇଥିଲେ, ଯାହାର ମୂଲ୍ୟ ପ୍ରାୟ ୮୦ରୁ ୯୦ ଲକ୍ଷ ଟଙ୍କା ହେବ । କିନ୍ତୁ କୌଣସି ମିଲ ମାଲିକଙ୍କୁ ଏବାବଦକୁ ପଇସା ଦେଇନଥିବା ବେଠେ ମାସେ ହେବ କୁଆଡେ ନିଖୋଜ ହୋଇଯାଇଥିଲେ ସୁନୀଲ । ପରେ ସୁନୀଲଙ୍କର ନିଖଜ ନେଇ ସ୍ତ୍ରୀ ବରଗଡ ଟାଉନ ଥାନାରେ ଏତଲା ଦେଇଥିଲେ ।

ସୁନୀଲଙ୍କ ସ୍ତ୍ରୀଙ୍କର ଏତଲାକୁ ଆଧାର କରି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଘଟଣାର ଦୀର୍ଘ ଗୋଟେ ମାସ ପରେ ଆଜି ପୋଲିସ ସୁନିଲଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବରଗଡ ଟାଉନ ଥାନା ପୋଲିସ । ପ୍ରକୃତରେ ସୁନୀଲ ୯ଟି ମିଲର ପ୍ରାୟ ୮୦ ରୁ ୯୦ ଲକ୍ଷ ଟଙ୍କା ଜୁଆରେ ବେଟିଙ୍ଗ ଲଗାଇ ହାରିଯାଇଥିଲା । ପରେ କୌଣସି ଉପାୟ ନପାଇ ନିଜକୁ ଅପହରଣ କରିବାର ନାଟକ ରଚିଥିଲା ସୁନିଲ । ଗୋଟେ ମାସ ଏଣେତେଣେ ଲୁଚିବା ପରେ ଶେଷରେ ପୋଲିସ ହାତରେ ଧରାପଡିଛି ଠକ ସୁନିଲ ।

ସୁନୀଲଙ୍କର ସ୍ତ୍ରୀ ମଧ୍ୟ ଏହି ପ୍ଳାନରେ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ସେପଟେ ସୁନୀଲକୁ ଅଟକ ରଖି ଅଧିକ ତଦନ୍ତ ଚଲାଇଛି ଟାଉନ ଥାନା ପୋଲିସ । ଅନ୍ୟପଟେ ସ୍ୱାମୀ ସୁନୀଲକୁ ରାଇସ ମିଲର ମାନେ ଫସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସୁନୀଲଙ୍କ ସ୍ତ୍ରୀ ।

Leave A Reply

Your email address will not be published.