Latest Odisha News

BREAKING NEWS

ଗୋଟିଏ ଗ୍ରାମ, ୨ରାଜ୍ୟର ସୀମା: ମଦ ପାଇଁ ହଁ ଆଉ ନାହିଁ ଦ୍ୱନ୍ଦ୍ୱରେ ଗ୍ରାମବାସୀ

ବକ୍ସର: ବକ୍ସର ଗ୍ରାମ ଦୁଇ ରାଜ୍ୟ ବିହାର ଓ ଉତରପ୍ରଦେଶ ସୀମା ମଧ୍ୟରେ ବାଂଟି ହୋଇଯାଇଛି । ଏହାର କିଛି ଅଂଶ ବିହାର ଏବଂ ଅନ୍ୟ ଅଂଶ ଉତରପ୍ରଦେଶରେ ଯାଉଛି । ସେଥିପାଇଁ ଗ୍ରାମରେ କେତେକ ନିୟମ ନେଇ ଭିନ୍ନତା ପରିଲକ୍ଷିତ ହୁଏ । ବିହାର ପଟେ ପଦ ପିଇବା ଉପରେ କଟକଣା ଥିବା ବେଳେ ୟୁପି ଅଂଶରେ ଏଥିନେଇ କୌଣସି ମନା ନାହିଁ । ଏହା ୨ଟି ଜିଲ୍ଲା, ୨ଟି ବିକାଶ ଖଣ୍ଡ, ୨ ଥାନା ଓ ୨ ରାଜ୍ୟ ମଧ୍ୟରେ ବାଂଟି ହୋଇଯାଇଛି । ଏପରିକି କେତେକ ଘର ଅଛି ଯାହାର ଆଗ ପଟ ବିହାର ହୋଇଥିବା ବେଳେ ପଛ ଅଂଶ ୟୁପିରେ ଯାଉଛି । ଗୋଟିଏ ଗଳି ଗ୍ରାମକୁ ୨ ରାଜ୍ୟରେ ଭାଗ କରି ଦେଉଛି । ଜଣେ ଗ୍ରାମବାସୀଙ୍କ କହିବା ଅନୁସାରେ ଆମେ ବିଜୁଳି ତାରକୁ ନେଇ କିଏ କେଉଁ ରାଜ୍ୟର ଜାଣିଥାଉ ।

ମଦ ପିଇବା ପରେ ବିହାର ଅଂଶର ଯୁବକମାନେ ଅନ୍ୟ ପଟକୁ ପଳାଇ ଯାଇଥାନ୍ତି । ଜାଗା ବାଡିକୁ ନେଇ ଏଠାରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ ବୋଲି ଜଣେ ବ୍ୟକ୍ତି କହିଛନ୍ତି । ଗୋଟିଏ ଗ୍ରାମ ମଧ୍ୟରେ ୨ ପ୍ରକାର ନିୟମ ଲାଗୁ ହେଉଥିବାରୁ ଗ୍ରାମବାସୀମାନେ ଦ୍ୱନ୍ଦ୍ୱରେ ପଡିଥାନ୍ତି । ସେହିପରି କୌଣସି ଘଟଣା ନେଇ କେଉଁ ଥାନାକୁ ଯିବେ ତାହା ମଧ୍ୟ ବେଳେବେଳେ ଗ୍ରାମବାସୀଙ୍କୁ ଅସୁବିଧାରେ ପକାଇଥାଏ । ଏହାର ଏକ ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

Comments are closed.