Latest Odisha News

BREAKING NEWS

୨୦୮୦ ସୁଦ୍ଧା ଭାରତର ଭୂତଳ ଜଳର ପରିମାଣ ୩ଗୁଣା କମିଯିବ : ଷ୍ଟଡି

ନୂଆଦିଲ୍ଲୀ: ଆଗକୁ ଭାରତ ପାଇଁ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ୨୦୮୦ ସୁଦ୍ଧା ଏହାର ମାତ୍ରା ୩ଗୁଣା କମିଯିବ । ଯାହା ଦେଶର ଖାଦ୍ୟ ଓ ଜଳ ସୁରକ୍ଷା ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଆମେରିକାର ମିଶିଗନ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ କରାଯାଇଥିବା ଏହା ଅଧ୍ୟୟନରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଗରମ ଜଳବାୟୁ ଯୋଗୁ କୃଷକମାନେ ବାଧ୍ୟ ହୋଇ ଭୂତଳ ଜଳର ବ୍ୟବହାର କରୁଛନ୍ତି । କୃଷକମାନେ କିପରି ସହଜରେ ଜଳ ପାଇପାରିବେ ସେ ନେଇ କୌଣସି ଉଚିତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ବିଶ୍ୱର ସବୁଠାରୁ ଅଧିକ ଭୂତଳ ଜଳ ଭାରତରେ ରହିଛି ।

୨୦୮୦ ବେଳକୁ ଦକ୍ଷିଣ ଓ ମଧ୍ୟ ଭାରତରେ ଏହା ଏକ ଉତ୍କଟ ସମସ୍ୟା ସୃଷ୍ଟି କରିବ । ତାପମାତ୍ରା ବୃଦ୍ଧି ପାଇଲେ ଜଳସ୍ତର ଦ୍ରୁତ ବେଗରେ ହ୍ରାସ ପାଇବ । ବର୍ଷା ପାଣିର ଉପଯୁକ୍ତ ସଂରକ୍ଷଣ ଏବଂ ନଷ୍ଟ ହେଇ ଯାଇଥିବା ବିଭିନ୍ନ ଜଳସ୍ରୋତର ଉପଯୁକ୍ତ ରକ୍ଷଣା ବେକ୍ଷଣା ଏହି ସମସ୍ୟା ଦୂର କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୃକ୍ଷରୋପଣ ଅଧିକ ମାତ୍ରାରେ କରିବାକୁ ପଡିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.