Latest Odisha News

୨୪ ନିର୍ବାଚନ ପାଇଁ ବିଜେପି ରଣନୀତି; କଂଗ୍ରେସର ଏଇ ୩ ପୂର୍ବତନ ନେତାଙ୍କୁ ଦେଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଆଜିଠୁ ବିଜେପି ଆରମ୍ଭ କରି ଦେଇଛି ନିର୍ବାଚନୀ ପ୍ରସ୍ତୁତି  । ତୃତୀୟ ଥର ପାଇଁ  କ୍ଷମତା ହାତେଇବାକୁ  ଆରମ୍ଭ କରି ଦେଲାଣି ରଣନୀତି । କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ଦଳରେ ସାମିଲ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛି ବିଜେପି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି, କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଦଳରେ ସାମିଲ କରି ବିଜେପି ବିରୋଧୀଙ୍କୁ ଝଟକା ପରେ ଝଟକା ଦେଇ ଚାଲିଛି । ଛତିଶଗଡ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ  ପ୍ରଭାବଶାଳୀ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଉଛି । ଏହାଦ୍ୱାରା ୨ଟି ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛି ବିଜେପି । ପ୍ରଥମତଃ ଦଳକୁ ମଜବୁତ କରିବା, ୨ୟରେ କଂଗ୍ରେସର  ପ୍ରତିରୋଧକୁ ପ୍ରତିହତ କରିବା ।

ଦିନେ କଂଗ୍ରେସର ଢାଲ ଥିବା ଜୟବୀର ଶେରଗିଲଙ୍କୁ ବିଜେପି ଦଳରେ ସାମଲ କରିବା ପରେ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦେଇଛି । ଜଣେ ଲୟାର ଭାବେ ଶେରଗିଲଙ୍କ ଯୁକ୍ତି ବେଶ ତୀକ୍ଷ୍ଣ  । ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସୁନିଲ ଜାଖଡଙ୍କୁ ମଧ୍ୟ ଏବେ ଭାରତୀୟ ଜନତା ଦଳରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପଡ଼ିବ । ଏମାନଙ୍କୁ ଦଳ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟ କରିଛି ।

ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂହ କଂଗ୍ରେସ ସହ ତାଙ୍କର ସମସ୍ତ ସମ୍ପର୍କ କାଟି ପଞ୍ଜାବ ଲୋକ ସମ୍ପର୍କ ନାମକ ଏକ ଦଳ ଗଠନ କରିଥିଲେ । ହେଲେ ବିଧାନସଭା ନିର୍ବାଚନରେ ସାଂଘାତିକ ପରାଜୟକୁ ସାମ୍ନା କରିବା ପରେ ସେ ନିଜ ଦଳ ସହ ବିଜେପିରେ ସାମିଲ ହୋଇଥିଲେ । ବିଜେପି କ୍ୟାପଟେନ ସଂହଙ୍କ ଦ୍ୱାରା ଆସନ୍ତା ନିର୍ବାଚନରେ ଶିଖ ଭୋଟ ହାତେଇବା ପାଇଁ ଚେଷ୍ଟା କରିବ । ସେହିପରି ପଞ୍ଜାବର ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ର ନେତା ବଳରାମ ଜାଖଡଙ୍କ ପୁଅ ସୁନୀଲ  ଜାଖଡ ବିଜେପିରେ ସାମିଲ ହୋଇଛନ୍ତି । ସିଦ୍ଧୁଙ୍କ ସହ ତାଙ୍କର ମତାନ୍ତର ହେବା ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମଲ ହୋଇଛନ୍ତି ।

ଏମାନଙ୍କ ବ୍ୟତୀତ ଦଳର ଉତ୍ତରପ୍ରଦେଶ ୟୁନିଟର ପର୍ବ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହଙ୍କୁ ମଧ୍ୟ ରାଷ୍ଟ୍ରୀୟ କର୍ଯ୍ୟସମିତିର ସଦସ୍ୟ ପଦରେ ନିଯୁ୍କତି ଦେଇଛି ଦଳ । ସେହିପରି ଭାରତୀୟ ଜନତାପାର୍ଟିର ଉତ୍ତରାଖଣ୍ଡ ୟୁନିଟର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ବିଶେଷ ଆମନ୍ତ୍ରିତ ସଦସ୍ୟ କରିଛି ।

Leave A Reply

Your email address will not be published.