Latest Odisha News

BREAKING NEWS

ଏପମିରେ ଜାତିକୁ ନେଇ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସ ଜାତି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିବାକୁ ଯୋଜନା କରିଛି। ଏମପିରେ ବିଜେପି ଏ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ୧୩୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି।

ସେସବୁ ସିଟରେ ଜାତିଗତ ଆଧାରକୁ ନେଇ କଂଗ୍ରେସ ବିଜେପିକୁ ଘେରିବାକୁ ସବୁ ପ୍ରସ୍ତୁତି କରିଥିବା କୁହାଯାଉଛି। ବିଜେପି ସ୍ୱତନ୍ତ୍ର ଇଞ୍ଜିନିୟରିଂ ଦ୍ୱାରା ଟିକେଟ ବାଣ୍ଟିଛି। କିନ୍ତୁ ଏମପିରେ ପଛୁଆ ବର୍ଗ ଜନସଂଖ୍ୟା ଅନୁଯାୟୀ ଏହି ବଣ୍ଟନ ହୋଇନାହିଁ।

ଯେଉଁ ୯୪ ସିଟରେ ଦଳର ଟିକେଟ ବଣ୍ଟନ ବାକି ଅଛି ସେଥିରୁ ୬୦ ଟି ସିଟରେ କଂଗ୍ରେସ ପକ୍ଷରୁ ଭିନ୍ନ ରଣନୀତି ପ୍ରସ୍ତୁତ ହେଉଛି। ବିଜେପି ପକ୍ଷରୁ ଏମପିରେ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ସିଟ ସାଧାରଣ ବର୍ଗ କୋଟାରେ ଦିଆଯାଇଥିବାବେଳେ ଯେଉଁଥିରେ ୪୮ ଟି ସିଟ ରହିଛି। ସେହିପରି ୪୦ ଟି ସିଟ ପଛୁଆ ବର୍ଗଙ୍କ ଭାଗରେ ପଡିଛି। ଯାହାକି ଏ ପର୍ଯ୍ୟନ୍ତ ଦିଆଯାଇଥିବା ଟିକେଟର ୨୯ ପ୍ରତିଶତ।

ସେହିପରି ୨୨ ପ୍ରତିଶତ ଟିକେଟ ଅର୍ଥାତ ୩୦ ଟି ସିଟ ଆଦିବାସୀଙ୍କ ଖାତାକୁ ଯାଇଛି। ୧୩ ପ୍ରତିଶତ ଅର୍ଥାତ ୧୮ ସିଟ ଦଳିତ ବର୍ଗଙ୍କ ପାଖକୁ ଯାଇଛି। ସ୍ୱତନ୍ତ୍ର ରଣନୀତି ନେଇ ବିଜେପି ଯେଉଁ ଟିକେଟ ଘୋଷଣା କରିଛି ତାହା ଠିକ ଥିବା କୁହାଯାଉଥିଲେ ମଧ୍ୟ କଂଗ୍ରେସ ଯେଉଁ ଜାତିଗତ ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିଛି ସେହି ଆଧାରରେ ବିଜେପି ଟିକେଟ ବଣ୍ଟନ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।

ବିଜେପି ଟିକେଟ ଦେବା ପାଇଁ ବାକି ଥିବା ଆଉ ୯୪ ସିଟ ମଧ୍ୟରୁ ୩୪ ସିଟ ସଂରକ୍ଷିତ ରହିଛି। ଆଉ ୬୦ ସିଟରେ ବିଜେପି ଜାତି ଆଧାରରେ ଟିକେଟ ଦେବାକୁ ନେଇ ଚାପରେ ଥିବା ଚର୍ଚା ହେଉଛି।

ତେଣୁ ଯେଉଁ ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ପ୍ରସଙ୍ଗ କରୁଛି ସେହି ବର୍ଗ ଏମପିରେ ୪୯ ପ୍ରତିଶତ ଥିଲେ ମଧ୍ୟ ବିଜେପି ୨୯ ପ୍ରତିଶତ ହିସାବରେ ଟିକେଟ ଦେଇଛି। ଯେତେବେଳେ କି ସାଧାରଣ ବର୍ଗର ୧୫ ପ୍ରତିଶତ ଥିଲେ ମଧ୍ୟ ଏହି ବର୍ଗଙ୍କୁ ୩୧ ପ୍ରତିଶତ ହିସାବରେ ଦଳ ଟିକେଟ ଦେଇଛି।

ତେଣୁ ଏହି ପ୍ରସଙ୍ଗକୁ ନେଇ ଦଳ ବିଜେପିକୁ ଘେରିବାକୁ ବଡ଼ ଯୋଜନା ପ୍ରସ୍ତୁତ କରିଛି। ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି କଂଗ୍ରେସ ଆଗଉଥିବା ବେଳେ ଏହି ଆଧାରରେ ହିଁ ଦଳୀୟ ଟିକେଟ ଦେବାକୁ ଯୋଜନା କରିଛି।

ତେଣୁ ନିର୍ବାଚନ ପୁର୍ବରୁ ଏଭଳି ଜାତିଗତ ବ୍ୟବସ୍ଥାକୁ ନେଇ କଂଗ୍ରେସ ବଡ଼ ଖେଳ ଖେଳିଥିବା ବେଳେ ବିଜେପିକୁ ଅଡୁଆରେ ପକାଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.