Latest Odisha News

BREAKING NEWS

Browsing Category

ସହର

City

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ : ୱାର୍ଡ ମେମ୍ବର,ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ନିର୍ବାଚନ କମିଶନଙ୍କ ତରଫରୁ ଚିହ୍ନ ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି । ୱାର୍ଡ ମେମ୍ବର , ସରପଞ୍ଚଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି କରାଯାଇଛି । ୱାର୍ଡ ମେମ୍ବର ପାଇଁ ୧୫ ସରପଞ୍ଚ ପାଇଁ ୩୨ଏବଂ ସମିତି ସଭ୍ୟଙ୍କ ପାଇଁ ୧୯…

[ଭିଡ଼ିଓ]ମାଲକାନଗିରିରେ ମିଶ୍ରଣ ପର୍ବ , ବିଜେଡିର ଶକ୍ତି ପ୍ରଦର୍ଶନ

ମାଲକାନଗିରି: ବିଜେପି ଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ । ପଞ୍ଚାୟତ ନିର୍ବାଚନ ପୁର୍ବରୁ ମାଲକାନଗିରି ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି । ପଞ୍ଚାୟତ ନିର୍ବାଚନ ଲାଗି  ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୋଟେରୁ ଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି ।…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଆଉ ଜଣେ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଭିଜିଲାନ୍ସ ପଞ୍ଝାରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନର କନିଷ୍ଠ କିରାଣୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନ-୧ର କନିଷ୍ଠ କିରାଣୀ ଏଲ୍. କାମାରାଜୁ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଆଙ୍କୁଲିରେ ଦୁଇ ମହଲା କୋଠାରେ ରେଡ୍…

ରାଜଧାନୀରେ ହାତୀ: ରାତିରେ ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ପଶି ଘର ଭଙ୍ଗିଲେ

ଭୁବନେଶ୍ୱର: ରାଜଧାନୀରେ ପଶିଲେ ହାତୀ । ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ସରସ୍ୱତୀ ବସ୍ତିରେ ହାତୀ ଆତଙ୍କ । ଗତକାଲି ରାତିରେ ୩ଟି ହାତୀ ସରସ୍ୱତୀ ବସ୍ତିରେ ପଶିଥିଲେ । ଲୋକଙ୍କ ଘର ଭାଙ୍ଗିଛନ୍ତି । ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଛୁଆ ହାତୀକୁ ନେବା ପାଇଁ ସରସ୍ୱତୀ…

ଆଜିଠୁ ପାଞ୍ଚ ଦିନ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ଆଜିଠୁ ବନ୍ଦ ରହିବ ନନ୍ଦନକାନନ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଓମିକ୍ରନର ୯ଟି ମାମଲା ଚିହ୍ନଟ ହୋଇସାରିଛି । ୩ତାରିଖ ଯାଏଁ ୫ଦିନ ବନ୍ଦ ରହିବ ନନ୍ଦନକାନନ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ…

ଆଜି ବିଜେପିର ୧୨ଘଣ୍ଟିଆ ଜୟପୁର ବନ୍ଦ ଡ଼ାକରା

ଜୟପୁର: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଓ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଜୟପୁରରେ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଏହି ବନ୍ଦ କରାଯାଇଛି । ଦୋକାନ, ବଜାର ସମେତ ଚକ, ଅଖ ମଧ୍ୟ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ କରି ୮ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ…

ମର୍ମନ୍ତୁଦ ଦୁର୍ଘଟଣା: ଡ୍ରାଇଭର ମୃତ, ବର ଓ କନ୍ୟା ସହ ୮ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେର ଆମପାଣି ନିକଟରେ ଦୁର୍ଘଟଣା ହୋଇଛି । ବୋଲେରୋ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବର, କନ୍ୟାଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଛତିଶଗଡ଼ର ଡ଼ୁମେରପଦର ଗାଁରୁ ଗତକାଲି ବର…

ଶ୍ରୀମନ୍ଦିରକୁ ୫ଲକ୍ଷ ଟଙ୍କା ସହ ୭ କେଜି ୬୬୨ ଗ୍ରାମ ୩ଟି ରୂପା ଗରା,ଥାଳି ଦାନ କଲେ ଭକ୍ତ

ପୁରୀ : ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ନାମକ ଜଣେ ବ୍ୟକ୍ତି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ…