Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାରେ ମାସକରେ ୭୦ ହଜାର , ତିନି ଦିନରେ ୧୦ ହଜାର ପଜିଟିଭ୍

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶାରେ କରୋନା ସଂକ୍ରମଣ ନୂଆ ଶିଖ ଛୁଇଁଛି । ମାସେ ଭିତରେ ବାହାରିଛି ୭୦ ହଜାର ପଜିଟିଭ୍ କେସ୍ । ମାର୍ଚ୍ଚରୁ ଅଗଷ୍ଟ (୩୦ ତାରିଖ) ଛଅ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି । ମାର୍ଚ୍ଚରୁ ଜୁଲାଇ ଭିତରେ ୩୦ ହଜାର ପାର କରିଥିଲା ସଂକ୍ରମିତଙ୍କ…

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା…

୮ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ, ଓଡ଼ିଶାରେ ମୃତ୍ୟୁସଂଖ୍ୟା ୪୮୨

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୧୨ ମୁଣ୍ଡ । ୮ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱର, କଟକ, ଯାଜପୁର,…

କରୋନା ମୁକ୍ତ ହୋଇ ପରିବାରକୁ ଫେରିଲେ ଜେନେଲିଆ ଦେଶମୁଖ

ମୁମ୍ବାଇ: ଅଭିନେତ୍ରୀ ଜେନେଲିଆ ଦେଶମୁଖ ତିନି ସପ୍ତାହ ତଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସେ ଏଥିରୁ ଆରୋଗ୍ୟ ଲାଭ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଅଭିନେତା ରିତିଶ ଦେଶମୁଖଙ୍କ ପତ୍ନୀ ଜେନେଲିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ଖବର ସେୟାର…

ଓଡ଼ିଶାରେ ଲକ୍ଷେ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର କରିଛି । ଛଅ ମାସରେ ବାହାରିଛି ଲକ୍ଷେରୁ ଅଧିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୩ ହଜାର ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନ୍ରୁ ୧ ହଜାର ୮୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୧୧ ଶହ…

ଦେଶରେ ୩୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୭୮ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୮ ହଜାର ୭୬୧ ଭୂତାଣୁ ସଂକ୍ରମିତ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଚାରି ଦିନ ପରେ…

ସମ୍ ରେ ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପରୀକ୍ଷଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରୀକ୍ଷଣ ହେବାକୁ ଯାଉଛି କରୋନା ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏ ଟିକା ପରୀକ୍ଷଣ କରାଯିବା ନେଇ ସୂଚନା ମିଳିଛି…

କରୋନାରେ ପ୍ରାଣ ହରାଇଲେ ଭୁବନେଶ୍ୱର ମଧ୍ଯ ବିଧାୟକଙ୍କ ପିଏସଓ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପିଏସଓ ଆଶିଷ ମହାକୁଳଙ୍କର କରୋନାରେ ମୃତ୍ୟୁ ହୋଇଛି । ଅଗଷ୍ଟ ୧୭ ତାରିଖରେ ବିଧାୟକ, ପିଏସଓ ଆଶିଷ ଏବଂ ତାଙ୍କ ଡ୍ରାଇଭରଙ୍କର କରୋନା ପରୀକ୍ଷଣ କୋଭିଡ୍ ପରୀକ୍ଷା କରାଯାଇଥିଲା । ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ…

ଭଦ୍ରକ ଉପ ଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଶନିବାରକୁ ଦିନ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏଭଳି ସମୟରେ ଅତିରିକ୍ତ ଉପ ଜିଲ୍ଲାପାଳ ମନୋରମା ଭୂୟାଁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଯାଏଁ ଏହି ଦାୟିତ୍ୱ ସମ୍ଭାଳିବେ ।…

ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୭୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଜଗତସିଂହପୁରରୁ ୨,…