Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାଲେସିୟାକୁ ଖସିି ଯାଉଥିଲେ ୮ ତବଲ୍ଲିଘି ଜମ୍ମାତ୍ ସଦସ୍ୟ, ଏୟାରପୋର୍ଟରେ ଧରାପଡ଼ିଲେ !

ନୂଆଦିଲ୍ଲୀ: ନିଜାମୁଦ୍ଦିନର ଧର୍ମିୟ ସଭାରେ ଅଂଶଗ୍ରହଣ କରିଥିବା ୮ଜଣ ମାଲେସୀୟ ନାଗରିକ ମାଲେସିଆ ଖସି ଚାଲିଯିବାକୁ ବିମାନରେ ବସି ସାରିଥିଲେ । ମାତ୍ର ସଠିକ୍ ସମୟରେ ଇମିଗ୍ରେସନ କର୍ତ୍ତୃପକ୍ଷ ରବିବାର ଦିନ ସେମାନଙ୍କୁ ସନ୍ଦେହକ୍ରମରେ ପଚରା ଉଚରା କରିବା ପରେ ଏହି ୮ ଜଣ ତବଲ୍ଲିଘି ଜମ୍ମାତର…

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଚଢାଦରରେ ହୋମ୍ ଡେଲିଭରି କରୁଥିବା ସଂସ୍ଥାକୁ ଧରିବ ବିଏମସି

ଭୁବନେଶ୍ୱର: ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ କିଛି ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକ ବଜାର ଦରଠାରୁ ଅଧିକ ଚଢା ଦରରେ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ଏହି ଅସାଧୁ ହୋମ ଡେଲିଭରି ସଂସ୍ଥାଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ଧରିବା ସହିତ…

ହସ୍ପିଟାଲ ଛାତ ଉପରୁ ଡେଇଁ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିିଛି ମାରାତ୍ମକ ଭୂତାଣୁ କରୋନା । ଏଯାଏଁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲାଣି । ତେବେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ କରୋନା ସନ୍ଦିଗ୍ଧଙ୍କୁ ଟେଷ୍ଟ ପାଇଁ ନିଆଯାଉଥିବା ବେଳେ…

କରୋନା ପଜିଟିଭ ଚିହ୍ନଟ ପାଇଁ ତିଆରି ହେଲା ପେପର୍ ଷ୍ଟ୍ରିପ କିଟ୍‌

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଅଧିକ ସମୟ ଲାଗୁଛି । ତେବେ ଏପରି ସ୍ଥଳେ ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । କରୋନା ଭାଇରସ ମୁକାବିଲା…

ଲକଡାଉନ ଯୋଗୁଁ ପ୍ରଭାବିତ ହେଉଛି କି ପିଲାଙ୍କ ପାଠପଢା; ଏଭଳି ରଖନ୍ତୁ ଧ୍ୟାନ!

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଯାହାଫଳରେ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯାଇପାରୁନଥିବା ବେଳେ ସେମାନଙ୍କର…

ମାନିଲେନି କରୋନା ଚେତାବନୀ; ୪୪ଜଣଙ୍କ ଟେଷ୍ଟ ପଜିଟିଭ !

ଟେକ୍ସାସ୍‌ (ୟୁଏସ୍‌): ବୟସ ୨୦ ବର୍ଷରୁ ସାମାନ୍ୟ ଅଧିକ । କରୋନାଭାଇରସ୍ ଚେତାବନୀକୁ ନ ମାନି ଛୁଟି କଟାଇବାକୁ ଯାଇଥିଲେ ୭୦ ଜଣ । ହେଲେ ଫେରିଲାବେଳକୁ ୪୪ଜଣ ସାଥିରେ ନେଇ ଆସିଥିଲେ କୋଭିଡ୍‌-୧୯ ଭୂତାଣୁ । Dozens of spring breakers chartered a plane for a trip to Mexico,…

ଜଗତସିଂହପୁରର ୩୮ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ଜଗତସିଂହପୁର: କରୋନାର ମୁକାବିଲା ଲାଗି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୩୮ ଜଣଙ୍କର ରକ୍ତ ଏବଂ ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ବାହାରିଛି । ଏନେଇ ରବିବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ପାଖାପାଖି ୧୯୪ ଜଣ…

କୋଭିଡ୍‌-୧୯ ସଟ୍‌ଡାଉନ୍‌: କଟକରେ ପୋଲିସ ଉପରକୁ ଟେକାମାଡ଼

କଟକ: କଟକରେ ଏବେ ସଟ୍‌ଡାଉନ୍ ସଫଳ ହେବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି । କେଶରପୁର ଅଞ୍ଚଳରେ କିଛି ଯୁବକ ସଂଘବଦ୍ଧ ଭାବେ ପୋଲିସ ଉପରକୁ ଟେକାମାଡ଼ କରିବା ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳାବାଗ ଥାନା…

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ଯାଏ ସମୂହ ସଂକ୍ରମଣ ହୋଇନାହିଁ । ଭୁବନେଶ୍ୱରର ସୂର୍ଯ୍ୟନଗର ଓ ବମିଖାଲ ଘଟଣା ପରେ ସରକାର ଏହାକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରିଥିଲେ । ଫଳରେ ସଂପୃକ୍ତ ଅଂଚଳରେ ସଟଡାଉନ୍ ଘୋଷଣା କରି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଯାଂଚ୍ ଆରମ୍ଭ ହୋଇଥିଲା । ତେବେ ଉଭୟ ଘଟଣାରେ…

ସରିବ ସଟଡାଉନ୍ ହେଲେ ଜାରି ରହିବ ଲକଡାଉନ୍ : ଅସିତ ତ୍ରିପାଠୀ

ଭୁବନେଶ୍ୱର: ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଜାରି ହୋଇଥିବା ସଟଡାଉନ୍ ହଟିବ । ତେବେ ଏହାପରେ ବି କେନ୍ଦ୍ରସରକାରଙ୍କ ଦ୍ୱାରା ଘୋଷିତ ଲକଡାଉନ୍ ଜାରି ରହିବ । ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସେ ଏହାକୁ ନୀରିକ୍ଷଣ କରିବେ । ଏପରିକି ଆବଶ୍ୟକ ହେଲେ…