Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜିଲ୍ଲା କୋଭିଡ୍ ମୁକ୍ତ ତଥାପି ମାଲକାନଗିରିରେ କାହିଁକି ଲାଗୁ ହେଲା ରାତ୍ରୀକାଳୀନ କର୍ଫ୍ୟୁ ?

ମାଲକାନଗିରି: ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି…

ପୁଣି ଲକଡାଉନ ହେବ କି ନାହିଁ, କାଲି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ଏସପିଙ୍କ ସହିତ ସ୍ଥିତିର କରିବେ…

ଭୁବନେଶ୍ଵର: ରାଜ୍ୟକୁ ପୁଣି ଘାରିଲାଣି କରୋନା ଭୟ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…

ବଢୁଛି କରୋନା ସଂକ୍ରମଣ, ସତର୍କ ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ସୁରଟ ଓ ମୁମ୍ବାଇରୁ ଗଞ୍ଜାମକୁ ଫେରିଲେ ୭ ଦିନ…

ଗଞ୍ଜାମ: ସ୍ଥିତି ଆଗକୁ ଆହୁରୀ ଭୟଙ୍କର ହେବା ଆଗରୁ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରଖିଛି । ଏହାସହ ଜିଲ୍ଲାକୁ ବାହାର ଅଞ୍ଚଳରୁ ଆସିଲେ RTPCR ଟେଷ୍ଟ ନେଗେଟିଭ…

ଓଡ଼ିଶାରେ ପ୍ରଥମ ଲକଡାଉନକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ୫ଜିଲ୍ଲା ଓ ୮ ସହରରେ ଲାଗିଥିଲା କଟକଣା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧରେ ମହା ଅଭିଯାନରେ ପ୍ରଥମ ରାଜ୍ୟ ଭାବରେ ଦେଶରେ ଲକଡାଉନ୍ ଘୋଷଣା କରିଥିଲା ଓଡ଼ିଶା । ଗତବର୍ଷ ଆଜିର ଦିନରେ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲା । ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ୍ କରାଯାଇଥିଲା ।…

ଶ୍ରୋତାଙ୍କୁ ବାନ୍ଧି ରଖିଲା ସୋହିନୀ ବସୁଙ୍କ ନଜରୁଲ ଗୀତି

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ 'ସମର୍ପଣ'ର ଦ୍ଵିତୀୟ ସନ୍ଧ୍ୟାରେ ପାରମ୍ପରିକ ସୁଫି କଲାମ ଓ କାଜି ନଜୁରୂଲ ଇସଲାମଙ୍କ ଦ୍ୱାରା ରଚିତ ନଜରୁଲ ଗୀତି ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସନ୍ଧ୍ୟାର…

ମାଡୁଛି ମହାମାରୀ: ଆଜି ରାଜ୍ୟରୁ ୧୪୬ ପଜିଟିଭ୍, ଖୋର୍ଦ୍ଧାରେ ସର୍ବାଧିକ ୩୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୭ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୫୯ଟି ରହିଛି । ୧୯ ଜିଲ୍ଲାରୁ…

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ସଂକ୍ରମିତ ହେଲେଣି । ଏହାପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ ।…

୨୪ ଘଣ୍ଟାରେ ୪୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୨୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧,୧୬,୪୬,୦୮୧କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଜ୍ୟରୁ ୫୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ମୋଟ୍ ସୁସ୍ଥତାଙ୍କ ମଧ୍ୟରେ ସୁନ୍ଦରଗଡରୁ…

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର,…