Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟିଏ ଦିନରେ ଏକାଥରକେ ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୨୬ ଜିଲ୍ଲାର ୮୭୮ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା…

ବାହୁବଳୀ ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନା ପଜିଟିଭ

ମୁମ୍ବାଇ: ବ୍ଲକବଷ୍ଟର ସୁପର ହିଟ୍ ଫିଲ୍ମ ବାହୁବଳୀର ନିର୍ଦ୍ଦେଶକ ଏସ୍ ରାଜମୌଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହୋମ୍ କ୍ୱାରେଂଟାଇନ୍‌ରେ ଅଛନ୍ତି । ତାଙ୍କୁ ଏବଂ ତାଙ୍କ ପରିବାର…

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ…

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ…

କରୋନା ଋଣରେ କିଣାଗଲା ଦାମୀ ଗାଡି, ଗିରଫ କମ୍ପାନୀ ମାଲିକ !

ଭୁବନେଶ୍ୱର: କରୋନାରେ ଭାଙ୍ଗିପଡିଛି ଅର୍ଥନୈତିକ ସ୍ଥିତି । ସରକାର ଦେଇଥିଲେ ରିଲିଫ ଫଣ୍ଡ । ହେଲେ ନିଜ କର୍ମଚାରୀଙ୍କୁ ସହାୟତା ଦେବା ବଦଳରେ ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ଜଣେ କମ୍ପାନୀ ମାଲିକ । ଏଭଳି ଏକ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା…

ଆସିଲା ଅନ୍‌ଲକ୍‌-୩ର ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ବନ୍ଦ

ନୂଆଦିଲ୍ଲୀ: ସାରା ଦେଶରେ କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସବୁ ପ୍ରୟାସ ପରେ ବି ଥମୁନି ସଂକ୍ରମଣ । ୪ଟି ପର୍ଯ୍ୟାୟରେ ଲକଡାଉନ୍ ସରିବା ପରେ ଦେଶରେ ଅନ୍‌ଲକ୍ ଲାଗୁ ହୋଇଛି । ଆସନ୍ତା ଜୁଲାଇ ୩୧ରୁ ଅନ୍‌ଲକ୍‌-୨ ସରୁଥିବା ବେଳେ ଅନ୍‌ଲକ-୩ ପାଇଁ…

ଲୋକଙ୍କ ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆମର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନ ବଂଚାଇବା । ଲୋକଙ୍କ ଜୀବନ ରକ୍ଷାରେ ସମ୍ବଲ କେବେବି ବାଧକ ହେବ ନାହିଁ । କେହି ବି ଚିକିତ୍ସା ସୁବିଧାରୁ ବଂଚିତ ହେବେ ନାହିଁ । ଆଜି କୋଭିଡ୧୯…

ଭୁବନେଶ୍ୱରରୁ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା ୨୫୦୨

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ବିପଦ ବଢ଼ିବାରେ ଲାଗିଛି । ପ୍ରତିଦି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୯ଜଣ…

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ…