Latest Odisha News

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ଅତ୍ୟାବଶ୍ୟକ ଜିନିଷ ପତ୍ର ନବା ଆଣିବା କରୁଥିବା ବ୍ୟକ୍ତି ଓ ସରକାରୀ ଚାକିରିଆଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ସେହିପରି ପୂର୍ବରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ ଯେଉଁ କଟକଣା ଥିଲା ତାହା ଜାରି ରହିବ । ଆସନ୍ତା ୩୧ ତାରିଖ ଯାଏଁ କୋଣାର୍କ ମନ୍ଦିରକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଆସନ୍ତାକାଲି ଓ ରବିବାର ଲାଗିଥିବା ସଟ୍ ଡାଉନ କଟକଣାକୁ କୋହଳ କରାଯାଇଛି । ଦୁଇ ଦିନ ପରିସ୍ଥିତିକୁ ପରଖିବା ପରେ ଆଗକୁ ଶନିବାର ରବିବାର ସଟ୍ ଡାଉନ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ତେବେ କରୋନା ପାଇଁ ସରକାର ଜାରି କରିଥିବା ଗାଇଡ ଲାଇନ ମାନିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.