Latest Odisha News

BREAKING NEWS

Browsing Category

ଫିଚର

୬୦୦ ରୁ ୮୦୦ ଟଙ୍କାରେ ମିଳୁଛି ସାଇବର ବୀମା, ଆସନ୍ତୁ ଜାଣିବା ଏହାର ଫାଇଦା

ଦେଶ ଯେଉଁ ଗତିରେ ଡିଜିଟାଲିକରଣ ହେଉଛି ସେହି ଗତିରେ ଦେଶରେ ସାଇବର ଅପରାଧ ବଢି ବଢି ଚାଲିଛି | କିଛି ବର୍ଷ ପୂର୍ବରୁ ଯେଉଁଭଳି ଭାବେ ସାଧାରଣ ଜନତା ସହ କର୍ପୋରେଟ ସେକ୍ଟର ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି | ନିଜର କଷ୍ଟ ଉପାର୍ଜିତ ଧନର ସୁରକ୍ଷା କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲାଣି |…

ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କପି କରି ଧରାପଡିଲେ ୪୪ ପରୀକ୍ଷାର୍ଥୀ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡିଛନ୍ତି । ୪୪ଜଣ ପରୀକ୍ଷାର୍ଥୀ କପି କରିବା ଯୋଗୁଁ ମାଲପ୍ରାକ୍ଟିସ ହୋଇଛନ୍ତି । ବୋର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ଏହା ବ୍ୟତୀତ ରାଜ୍ୟ ଓପନ ସ୍କୁଲ ପରୀକ୍ଷାରେ ଉପସ୍ଥିତ ୨୪ ଜଣ ଓ ବାର୍ଷିକ ମଧ୍ୟମା…

ଓଡିଶାରେ ୧୦,୨୧୦ ଦେହଜୀବୀ

ଭୁବନେଶ୍ୱର: ରାଜ୍ୟରେ ୧୦,୨୧୦ଜଣ ଯୌନ କର୍ମୀ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଦିନ ବିଧାନସଭାରେ ତଥ୍ୟ ପ୍ରଦାନ କରିଛନ୍ତି । ସର୍ବାଧିକ ୧୦୫୦ ଯୌନ କର୍ମୀ ବାଲେଶ୍ୱର ଜିଲ୍ଲାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଭଳି କେରାପୁଟ ଓ ମୟୁରଭଞ୍ଜରେ…

ବ୍ରେନ ଟ୍ୟୁମର ଅପରେଶନ ଅଧାରୁ ମହିଳାଙ୍କ ଚେତା ଫେରିଲା, ରୋଗୀ ଭାଓଲିନ୍ ବଜାଇଲେ

ଲଣ୍ଡନ: ଚିକିତ୍ସା ଜଗତର ଏକ ନିଆରା ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୫୩ ବର୍ଷୀୟ ଡେଗମର ଟର୍ନରଙ୍କ ବ୍ରେନ ଟ୍ୟୁମର ଅପରେଶନ ଚାଲିଥିବା ବେଳେ ହଠାତ୍ ଚେତା ଫେରି ଆସିଲା । ଚିକତ୍ସା କରୁଥିବା ଡାକ୍ତର ବ୍ୟସ୍ତ ନ ହୋଇ ଟର୍ନରଙ୍କୁ କଣ ଭଲ ଲାଗେ ପଚାରିଥିଲେ । ସେ ପିଆନୋ…

ଟୋକିଓ ଅଲିମ୍ପିକ ଆୟୋଜନ ନେଇ ଏବେ କୌଣସି ବିପଦ ନାହିଁ : ଡବ୍ଲ୍ୟୁଏଚଓ

ଟୋକିଓ: କରେନା ଭାଇରସ ପ୍ରଭାବ ଟୋକିଓ ଅଲିମ୍ପିକ୍ସ ଆୟୋଜନରେ ଉପରେ ପଡିବ ନାହିଁ ବୋଲି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ଚୀନର କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । ଏହା ବିଚାରକୁ ନେଲେ ୨୪ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ…

ଏପ୍ରିଲ ୧ରୁ ବିକ୍ରି ହେବ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ; ପ୍ରଦୂଷଣ ସ୍ତର କମିବ

ନୂଆଦିଲ୍ଲୀ: ଏପ୍ରିଲ ୧, ୨୦୨୦ରୁ ଭାରତରେ ଦୁନିଆର ସବୁଠାରୁ ସ୍ୱଚ୍ଛ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ସରକାରୀ ତେଲ କମ୍ପାନୀ ସାରା ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲର ଯୋଗାଣ କରିବ । ଭାରତ ମାତ୍ର ୩ ବର୍ଷରେ ହିଁ ସ୍ୱଚ୍ଛ ପେଟ୍ରୋଲର ବ୍ୟବହାରକୁ ନେଇ ବଡ ସଫଳତା ହାସଲ କରିଛି ।…

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।…

ଓଡିଶାର ୧୨ଟି ବନଖଣ୍ଡ ହାତୀଶୂନ୍ୟ

ଭୁବନେଶ୍ୱର: ଓଡିଶାରେ ବର୍ଷ ୨୦୧୬ ପରଠାରୁ ପାଖାପାଖି ୨୪୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବେଆଇନ ଶିକାର, ବିଦ୍ୟୁତ ଆଘାତ, ସଡକ ଦୁର୍ଘଟଣା ଓ ଅନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଏତେ ଖରାପ ଯେ, ରାଜ୍ୟର ୫୦ରୁ ୧୨ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାଁନ୍ତି । ରାଜ୍ୟ…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଉପ-ନିର୍ବାଚନ ଜିତିଲା ବିଜେଡ଼ି

ରାୟଗଡ଼ା: ଶାସକ ବିଜୁ ଜନତା ଦଳ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଲାଗି ହୋଇଥିବା ଉପ-ନିର୍ବାଚନରେ ଜିତାପଟ ହାସଲ କରିଛି । ବିଜେଡ଼ିର ଗଙ୍ଗାଧର ପାଉଲ ୧୩ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସ୍ୱର୍ଗତଃ ପୁରୁଷୋତ୍ତମ ଗମାଙ୍ଗଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ…