Latest Odisha News

BREAKING NEWS

Browsing Category

କ୍ରିକେଟ

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲେ ରୋହିତ, ଚେନ୍ନାଇର ପ୍ରଥମେ ବ୍ୟାଟିଂ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ କ୍ରମାଗତ ଷଷ୍ଠ ବିଜୟ ଲକ୍ଷ୍ୟରେ ପଡିଆକୁ…

ଅକ୍ଷୟଙ୍କ ସହ ତୁଳନାରେ ରାଗିଗଲେ ପଞ୍ଜାବ ଅଲରାଉଣ୍ଡର ହରପ୍ରୀତ

ଅହମ୍ମଦାବାଦ: ଆଇପିଏଲର ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସର ଅଲରାଉଣ୍ଡର ହରପ୍ରୀତ ବରାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ଏହା ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା ।…

ୱାର୍ଣ୍ଣରଙ୍କ ସ୍ଥାନରେ ୱିଲିୟମସନ ହେଲେ ହାଇଦ୍ରାବାଦର ଅଧିନାୟକ

ମୁମ୍ବାଇ:ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ଦକ୍ଷତା ମୁତାବକ ହୋଇପାରି ନାହିଁ । ଦଳ ୬ ମ୍ୟାଚରୁ ୫ରେ ପରାଜିତ ହୋଇ ପଂଏଟ ଟେବୁଲର ୮ମ ସ୍ଥାନରେ ରହିଛି । ଶନିବାର ଟିମ୍ ମ୍ୟାନେଜମେଂଟ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଅଭିଜ୍ଞ କେନ…

ବିଜୟ ସହ ଶୀର୍ଷକୁ ଫେରିବା ଲକ୍ଷ୍ୟରେ ବାଙ୍ଗାଲୋର

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲର ଶୀର୍ଷକୁ ଫେରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ୱରେ…

ଡି କକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ରାଜସ୍ଥାନକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କ୍ୱିଂଟନ ଡି କକ(୭୦ ନଟଆଉଟ, ୫୦ ବଲ, ୬ଚୌକା, ୨ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୭୧ ରନ ସଂଗ୍ରହ…

କୋଭିଡ ପିଡୀତାଙ୍କ ପାଇଁ ସହାୟତା ରାଶି ଘୋଷଣା କଲା ରାଜସ୍ଥାନ ରୟାଲ୍ସ ଟିମ୍‌

ନୂଆଦିଲ୍ଲୀ: କରୋନା ଲଢ଼େଇରେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସ ୭.୫ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଏହା ଭାରତରେ କୋଭିଡ ପିଡୀତାଙ୍କୁ ଦିଆଯିବ । ତେବେ ରାଜସ୍ଥାନ ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ…

କରୋନା କବଳରୁ ମୁକୁଳିଲେ ଧୋନୀଙ୍କ ମାତା, ପିତା

ରାଂଚି: ଆନ୍ତର୍ଜାତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ ଧୋନୀ ଓ ମାତା ଦେବକୀ ଦେବୀ କରୋନା କବଳରୁ ମୁକୁଳିଛନ୍ତି । ଗୁରୁବାର ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି । କିଛି ଦିନ ତଳେ ଉଭୟ କରୋନା ସଂକ୍ରମିତ ହୋଇଥିବାରୁ ସେମାନଙ୍କୁ…

ଆଜି କୋଲକାତା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଖରାପ ପ୍ରଦର୍ଶନ ଜାରି ରଖିଥିବା କୋଲକାତା ତାର ଶେଷ ମ୍ୟାଚରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ଫର୍ମକୁ ଫେରିବା ସଙ୍କେତ ଦେଇଛି । କୋଲକାତା ୬ ମ୍ୟାଚରୁ ୨ଟିରେ ବିଜୟ ହାସଲ…

ଆଇପିଏଲରୁ ୨ ଅମ୍ପାୟର ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲରୁ ଗୁରୁବାର ୨ଜଣ ଅମ୍ପାୟର ଓହରି ଯାଇଛନ୍ତି । କରୋନାର ଦ୍ୱିତୀୟ ଲହରୀ କମିବାର ନାଁ ଧରୁ ନ ଥିବାରୁ ସେମାନେ ଭୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇଜଣ ଅମ୍ପାୟର ହେଲେ ଭାରତର ନିତିନ ମେନନ ଓ ଅଷ୍ଟ୍ରେଲିଆ ପଲ ରାଇଫଲ । ସେମାନଙ୍କ ସ୍ଥାନରେ ଘରୋଇ…

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ମହେନ୍ଦ୍ର ସିଂ ଧୋନୀ…