Latest Odisha News

BREAKING NEWS

Browsing Category

ଖେଳ

୧୦୦ତମ ଜନ୍ମଦିବସ ପାଳନ କଲେ କୁଇନ ଅଫ ଜିମ୍ନାଷ୍ଟିକ

ବୁଡାପେଷ୍ଟ: କୁଇନ ଅଫ ଜିମ୍ନାଷ୍ଟିକ ଭାବେ ପରିଚିତ ହଙ୍ଗେରୀର ଏଗ୍ନେସ କେଲେଟି ୧୦୦ତମ ଜନ୍ମଦିବସ ପାଳନ କରିଛନ୍ତି । ୧୯୨୧ରେ ଜନ୍ମିତ କେଲେଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବାତିଲ ହୋଇଥିବା ୧୯୪୦ ଓ ୧୯୪୪ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ନ ଥିଲେ । ୩୧ ବର୍ଷ ବୟସରେ ୧୯୫୨ ହେଲସିଙ୍ଗ…

ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସେହ୍ୱାଗ, ହରଭଜନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପ୍ରଶଂସକ ଯେଉଁ ଭଳି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ତାହା ଗ୍ରହଣୀୟ ନୁହେଁ…

ଷ୍ଟିଭ୍ ସ୍ମିଥଙ୍କ କମାଲ: ଭାଙ୍ଗିଲେ ସଚିନ, କୋହଲି, କାଲିସଙ୍କ ଭଳି କ୍ରିକେଟରଙ୍କ ରେକର୍ଡ

ସିଡନୀ: ଭାରତ ବିପକ୍ଷ ସିଡନୀ ଟେଷ୍ଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଷ୍ଟିଭ୍ ସ୍ମିଥ୍ । ତୃତୀୟ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକର, ବିରାଟ କୋହଲି, ଜ୍ୟାକ୍ କାଲିସଙ୍କ ଭଳି ମହାନ୍ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ୧୦ ଥର ଗୋଟିଏ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ…

ସିଡନୀ ଟେଷ୍ଟ: ବିଜୟଠାରୁ ୩୦୯ ରନ୍ ପଛରେ ଟିମ୍ ଇଣ୍ଡିଆ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଆଗରେ ଆହୁରି ୩୦୯ ରନ୍ ଦରକାର । ହାତରେ ଗୋଟିଏ ଦିନ ଖେଳ ବାକି ଅଛି । ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ୍ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ କରିଛି ୯୮ ରନ୍ । ଅପରାଜିତ ଅଛନ୍ତି ଚେତେଶ୍ୱର…

ପୁନର୍ବାର ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲୀୟ ଦର୍ଶକ, ପୋଲିସର କାର୍ଯ୍ୟାନୁଷ୍ଠାନ

ସିଡନୀ: ଚଳିତ ଟେଷ୍ଟ ସିରିଜର ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆର କେତେକ ଦର୍ଶକ ଉଦ୍ଦେଶ୍ୟମୂଳକ ଭାବେ ମହମ୍ମଦ ସିରାଜଙ୍କୁ ଟାର୍ଗେଟ କରିଛନ୍ତି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିରାଜଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ କରିଛନ୍ତି କେତେକ ଦର୍ଶକ । ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସିରାଜ ଏ…

ସିଡନୀ ଟେଷ୍ଟ: ଭାରତ ଆଗରେ ୪୦୭ ରନ୍ ବିଜୟ ଲକ୍ଷ୍ୟ

ସିଡନୀ: ତୃତୀୟ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ୬ ଓ୍ୱିକେଟରେ ୩୧୨ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି କଙ୍ଗାରୁ ବାହିନୀ । ଆଜି ମ୍ୟାଚର ଚତୁର୍ଥ ଦିନ । ତେଣୁ ଏତେ ବଡ଼ ଟାର୍ଗେଟକୁ ହାସଲ କରିବା ଭାରତ ପକ୍ଷେ ସହଜ ନୁହେଁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ…

ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି: ଆଜି ଓଡ଼ିଶା-ବଙ୍ଗଳା ମୁକାବିଲା

କଟକ: ଆଜିଠାରୁ ଆରମ୍ଭ ହେଉଛି ସୟଦ୍‌ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ୱେଣ୍ଟି-20 ଟୁର୍ଣ୍ଣାମେଣ୍ଟ । କୋଲକାତାରେ ଆଜି ଅଭିଯାନ ଆରମ୍ଭ କରିବ ଓଡ଼ିଶା । ଏଲିଟ୍‌ ଗ୍ରୁପ୍ ‘ବି’ରେ ଥିବା ଓଡ଼ିଶା ଆଜି ଘରୋଇ ବଙ୍ଗଳା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଚଳିତବର୍ଷ ଏହା ପ୍ରଥମ ଘରୋଇ…

ଜାଡେଜା ୬ ସପ୍ତାହ ଖେଳିବେନି, ପନ୍ତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିପାରନ୍ତି

ସିଡନୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆଘାତପ୍ରାପ୍ତ ହୋଇଥିଲେ । ଏହା କେତେ ଗୁରୁତର ଜାଣିବା ପାଇଁ ସେମାନଙ୍କ ଆଘାତ ସ୍ଥାନର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟରେ ଜାଡେଜାଙ୍କ ବୁଢ଼ା ଆଙ୍ଗୁଳି…

ଚିଲି ଗସ୍ତରେ ଯିବ ଭାରତୀୟ ଜୁନିଅର ମହିଳା ହକି ଦଳ, ଟିମରେ ୩ ଓଡ଼ିଆ ସାମିଲ

ଭୁବନେଶ୍ୱର: ଚିଲି ଗସ୍ତରେ ଭାରତୀୟ ଜୁନିଅର ମହିଳା ହକି ଦଳ ଯିବାକୁ ଥିବା ବେଳେ ସେଥିରେ ଓଡିଶାର ତିନିଜଣ ବାଳିକା ସ୍ଥାନ ପାଇଛନ୍ତି। ଏହି ତିନି ଜଣ ହେଉଛନ୍ତି ମରିଆନା କୁଜୁର (ମିଡଫିଲ୍ଡର), ଅଜମିନା କୁଜୁର (ମିଡଫିଲ୍ଡର) ଏବଂ ଜିୱନ୍ କିଶୋରୀ ଟପ୍ପୋ (ଫରୱାର୍ଡ)। ଏନେଇ ଶନିବାର ଦିନ…

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।…