Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଧରିଲେ ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଠାବ ହୋଇଛି ସେକ୍ସ ରାକେଟ୍‌। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିଜେ ଚଢ଼ଉ କରି ସେକ୍ସ ରାକେଟ୍‌କୁ ଧରିଛନ୍ତି। ନିଜେ ଗ୍ରାହାକ ବେଶରେ ଯାଇ ରାକେଟ୍‌ ଧରିଥିଲେ। ପୋଲିସ ଘଟଣାସ୍ଥଳରୁ ୧୦ଜଣ ଗ୍ରାହାକ ଏବଂ ୪ଜଣ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା…

ଏମକେସିଜିରେ ଖୋଲିଲା ୨୪ ଘଣ୍ଟିଆ ନିଦାନ କେନ୍ଦ୍ର

ବ୍ରହ୍ମପୁର:ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର(ଆରଡିସି)କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇଛି। ସୋମବାର ଠାରୁ ରାତିରେ ମଧ୍ୟ ରୋଗୀଙ୍କ ରକ୍ତ ସହ ଅନ୍ୟାନ୍ୟ ପରୀକ୍ଷା ହୋଇପାରିବ। ରାତିରେ ପରୀକ୍ଷା କରିବାକୁ ଆରଡିସିରେ ନୂତନଭାବେ କର୍ମଚାରୀ…

ବଜାରରେ ହଜିଲା ମୋବାଇଲ, ଆକାଉଣ୍ଟରୁ ୧.୨୫ ଲକ୍ଷ ଗାଏବ

ବ୍ରହ୍ମପୁର: ବଜାରରେ ସଉଦା କିଣିଲା ବେଳେ ହଜିଗଲା ମୋବାଇଲ୍‌। ଆଉ ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୨୫ ହଜାର ଟଙ୍କା। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…

ଡାକ୍ତର ପରିଚୟ ଦେଇ ରୋଗୀ ଟାଣୁଥିଲେ ଇଞ୍ଜିନିୟରିଂ ଛାତ୍ର

ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଦଲାଲ୍‌ ରାଜ୍‌ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର…

ବିଏମ୍‌ସିରେ ସାମିଲ ହେବ ଉପକଣ୍ଠ ୪ଟି ଗ୍ରାମ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମରେ ସହର ଉପକଣ୍ଠ ୪ଟି ଗ୍ରାମ ମିଶ୍ରଣ ନେଇ ଆଶା ସଞ୍ଚାର ହୋଇଛି। ଶୁକ୍ରବାର ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ନୋଟିଫିକେସନ୍‌ ଜାରି ହୋଇଛି। ମିଶ୍ରଣ ହେବାକୁ ଥିବା ଗ୍ରାମଗୁଡ଼ିକ ହେଲା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ଗ୍ରାମ,…

ଗୁଣି ସନ୍ଦେହରେ ୪ଜଣଙ୍କ ଆକ୍ରମଣ;ଏତଲାକାରୀଙ୍କୁ ପିଟି ମାରିଦେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣି ସନ୍ଦେହକୁ ନେଇ ତୁମୁଳକାଣ୍ଡ ଘଟି ଯାଇଛି। ଗୁଣି ସନ୍ଦେହରେ ଗ୍ରାମର କେତେକ ଲୋକେ ପ୍ରଥମେ ୪ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ଏତଲା ଦେଲେ। ତେବେ…

ସୂର୍ଯ୍ୟପରାଗର ଦୁଇଟି ଚିତ୍ର: ଏପଟେ ବଜାର ବନ୍ଦ, ସେପଟେ ସମୁହ ଭୋଜନ

ବ୍ରହ୍ମପୁର:କରୋନା ମହାମାରୀର ସ୍ମୃତି ଏବେ ମଧ୍ୟ ଲୋକମାନଙ୍କ ମନରେ ସତେଜ ହୋଇ ରହିଛି। ଅନେକ ମାସ ପରେ ମଙ୍ଗଳବାର ପୁଣି ଥରେ କରୋନା କାଳର ଚିତ୍ର ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ଲୋକମାନେ ଘରୁ ବାହାରି ନ ଥିଲେ। କରୋନା…

ଗାଈ ଶବକୁ ଘୋଷାଡ଼ି ନେଇ ଦୁଇ ବହିଷ୍କୃତ

ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ…

ବୁଧବାର ଯାଏଁ ବନ୍ଦ ରହିବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର: ଆସନ୍ନ ବାତ୍ୟାକୁ ନେଇ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ସହ ଅଶାନ୍ତ ରହିବାର ଆଶଙ୍କା ରହୁଛି। ଏଣୁ ଏହାକୁ ନଜରରେ ରଖି ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗୋପାଳପୁର ପୋଲିସ ରବିବାର ସନ୍ଧ୍ୟା ଠାରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିରେ ପ୍ରବେଶକୁ ବାରଣ କରାଯାଇଛି।…

୧୯ଜଣଙ୍କୁ ଗିରଫ ସହ ୨୦ ଲକ୍ଷ ଟଙ୍କାର ବାଣ ଜବତ କଲାଣି ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ବାଣ ବିକ୍ରି ପାଇଁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇ ନାହିଁ। ଏଣୁ ବାହାରୁ ବାଣ ଆଣି କେତେକ ବ୍ୟବସାୟୀ ସହରରେ ବିକ୍ରି କରୁଛନ୍ତି। ବେଆଇନ ଭାବେ ବାଣ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ। ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ ଥାନା…