Latest Odisha News

BREAKING NEWS

Browsing Category

ଓଡିଶା

Odisha

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ସହାୟତା 

ଭୁବନେଶ୍ୱର: କଟକ ଜିଲ୍ଲାର ନିର୍ଗୁଣ୍ଡି ନିକଟରେ ରବିବାର ଦିନ ବେଙ୍ଗାଲୁରୁ-କାମାକ୍ଷା ଏସି ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ପାଇଁ ରେଳ କର୍ତ୍ତୃପକ୍ଷ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ଏକ ବିବୃତ୍ତିରେ…

ପ୍ରଥମ ଥର ପାଇଁ ଏପ୍ରିଲ୧ରୁ ୧୪ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ

ଭୁବନେଶ୍ଵର: ଏଥର ଓଡ଼ିଆ ନବବର୍ଷକୁ ମହାଆଡ଼ମ୍ବରରେ ପାଳନ କରାଯିବ। ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଓଡ଼ିଆ…

କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍‌ ଟ୍ରେନ୍‌ 

କଟକ: କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଆଉ ଜଣଙ୍କ ମୃତ୍ଯୁ ଘଟିଥିଲା। ଦୁର୍ଘଟଣାରେ ମୃତ୍ଯୁବରଣ କଣିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ଶୁଭଙ୍କର ରାୟ ଓ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି।…

ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆଜି ବି ପ୍ରବଳ ଖରା । ଦିନ ୮ଟାରୁ ଶରୀରରେ ଯେମିତି ଟାଉଁ ଟାଉଁ ହେଇ ବାଜୁଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି । ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ ।…

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର…

୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ୧୩,୦୦୦ ରୁ ଅଧିକ ଆର୍ଦ୍ରଭୂମିର ପ୍ରଭାବଶାଳୀ ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବନ ବିଭାଗ ୨.୨୫ ହେକ୍ଟର ତଥା ଏହା ଠାରୁ ଅଧିକ ଅଞ୍ଚଳରେ ବିସ୍ତାରିତ ମୋଟ ୧୩,୬୬୭ ଆର୍ଦ୍ରଭୂମିର…

ମନମାନି କରୁଛି ଟାଟା ପାୱାର, ବିନା ନୋଟିସରେ କାଟୁଛି ଲାଇନ୍

ବିନିକା: ମନମାନି କରୁଛି ଟାଟା ପାୱାର୍ । ବିନା ନୋଟିସରେ କାଟୁଛି ବିଦ୍ୟୁତ ସଂଯୋଗ । ଟଙ୍କା ନେବା ସମୟ ହେବା ପୂର୍ବରୁ ଆସିଯାଉଛି ବିଲ୍ ମାତ୍ର ବିଦ୍ୟୁତ ସଂଯୋଗରେ ଢିଲା । ମନମାନି କରି ଲୋକଙ୍କୁ କରୁଛି ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ର…

ଭୟଙ୍କର… ଲୋମଟାଙ୍କୁରା…ଛାତିଥରା..ଇତିହାସର କଳା ପୃଷ୍ଠାରେ ଲୌହ ଦାନବର ସେହି ଛାତିଥରା ଦୃଶ୍ୟ

ଭୁବନେଶ୍ଵର: ଭୟଙ୍କର... ଲୋମଟାଙ୍କୁରା...ଛାତିଥରା... ହୃଦୟ ବିଦାରକ । ଆଜିବି ମନରୁ ଲିଭିନି ସେହି ସବୁ କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ…

ତାତିରୁ ମିଳିବ ଆଶ୍ବସ୍ତି; ଏପ୍ରିଲ ୨ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି। ଏପ୍ରିଲ ୨ରୁ ଓଡ଼ିଶାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏପ୍ରିଲ ୨ରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଏପ୍ରିଲ ୩ରେ କୋରାପୁଟ,…

୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

ଜଳେଶ୍ୱର: ୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ । ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ । ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଅନୁସାରେ, ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ…