Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’

ବାରିପଦା: ଆଖି ବୁଜିଲା ଶିମିଳିପାଳର କୁମକି ହାତୀ ‘ମହେନ୍ଦ୍ର’ । ୬୬ ବର୍ଷ ବୟସରେ ଚହଲାରେ ‘ମହେନ୍ଦ୍ର’ର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲା ‘ମହେନ୍ଦ୍ର’ । ଅନେକ ଦିନ ଧରି ‘ମହେନ୍ଦ୍ର’ର ଚିକିତ୍ସା ଚାଲିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି ।…

ମାଛ ମାଫିଆଙ୍କ ଗୁଣ୍ଡାରାଜ; ବନ ବିଭାଗ ଉପରେ କଲେ ଗୁଳିମାଡ

କେନ୍ଦ୍ରାପଡା: ରାଜନଗର ଗହୀରମଥାରେ ମାଛ ମାଫିଆ ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ଚାଳନା କରିଛନ୍ତି । ବାବୁବାଲି ସମୁଦ୍ର କୂଳରୁ ୫ କିମି ଭିତରେ ଟ୍ରଲରରେ ମାଛ ମାଫିଆ ବେଆଇନ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ…

କୁମ୍ଭମେଳା ପାଇଁ ଗଡିବ ୭ ସ୍ପେଶାଲ ଟ୍ରେନ

ଭୁବନେଶ୍ବର: କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ଏହି ଟ୍ରେନ୍ ଗୁଡିକ ହେଲା, ଭୁବନେଶ୍ବର-ତୁଣ୍ଡଲା-ଭୁବନେଶ୍ବର କୁମ୍ଭ ମେଳା ସ୍ପେଶାଲ। ଏହି ଟ୍ରେନ୍ ଖୋର୍ଦ୍ଧା, କଟକ, ଯାଜପୁର ଏବଂ କେନ୍ଦୁଝର…

ଅପରାଧ ରୋକିବେ ସାଇବର୍‌ କମାଣ୍ଡୋ

କଟକ: ସାରା ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ। ବିଭିନ୍ନ ଢାଞ୍ଚାରେ ସାଇବର ଲୁଟେରା ଲୁଟିବାରେ ଲାଗିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ  ଥାନାରେ ସାଇବର ଅପରାଧ ଅଭିଯୋଗ ବୃଦ୍ଧି ପାଉଛି। ତଦନ୍ତ ପ୍ରକ୍ରିୟାରେ ଉନ୍ନତି ପାଇଁ ଆଗାମୀ  ଦିନରେ ସାଇବର ଅପରାଧ ତଦନ୍ତରେ ରାଜ୍ୟ  ପୁଲିସ୍‌…

ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି: ହେବ କଡା କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଏଣିକି ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି । କଟନି ଛଟନି କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଜି ସମବାୟ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଏନେଇ ମନ୍ତ୍ରୀ ସମବାୟ କର୍ମଚାରୀଙ୍କୁ ତାଗିଦ୍ କରି କହିଛନ୍ତି,…

‘ନିମୋନିଆ ଭଳି ଏଚଏମପିଭିର ଲକ୍ଷଣ, ସମାନ ଚିକିତ୍ସା କରାଯିବ’: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଦେଶରେ ଏବେ ଏଚଏମପିଭିର କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଶେଷଜ୍ଞଙ୍କ କହିବାନୁଯାୟୀ, HMPV କେବଳ ଏକ ସାମାନ୍ୟ ଋତୁକାଳୀନ ରୋଗ । ଏଚଏମପିଭି ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ…

ହଂସିତାଙ୍କ ସହ ବିଜେଡି ଲିଙ୍କ୍: କିଏ ସେଇ ପୂର୍ବତନ ମନ୍ତ୍ରୀ? ଇଙ୍ଗିତ କଲେ ସାଂସଦ…

ଭୁବନେଶ୍ବର: ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’  କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ…

ଟ୍ବିନ୍ ସିଟି ନୁହେଁ, ହେବ ଟ୍ରାଇ ସିଟି; ସାମିଲ ହେବ ପୁରୀ

ଭୁବନେଶ୍ବର: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏବେ ଟ୍ବିନ୍ ସିଟି ନୁହେଁ, ହେବ ଟ୍ରାଇ ସିଟି । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସହ ଯୋଡି ହେବ ପୁରୀ । କଟକ, ଭୁବନେଶ୍ବର ଏବଂ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପାନା କରୁଛନ୍ତି ରାଜ୍ୟ ସରକାର । ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ…

ଖାଲି ଶୀତ ଦିନ ନୁହେଁ, ଏଣିକି ବର୍ଷସାରା ପଥୋତ୍ସବରେ ଝୁମିବେ ରାଜଧାନୀବାସୀ

ଭୁବନେଶ୍ବର: ଏଣିକି କେବଳ ଶୀତ ଦିନେ ନୁହେଁ, ବର୍ଷ ସାରା ପାଳନ ହେବ ପଥୋତ୍ସବ । ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ । ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି…

ଚାଇନା ଭାଇରସକୁ ନେଇ ବଢିଲା ଟେନସନ୍, ଗୁରୁତ୍ବପୁର୍ଣ୍ଣ ବୈଠକ ଡାକିଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଚାଇନା ଭାଇରସକୁ ନେଇ ଚିନ୍ତାରେ ସାରା ଦେଶ । ଚୀନରେ ଦେଖା ଦେଇଥିବା ଏଚଏମପିଭି ଭାଇରସ ଏବେ ଧିରେ ଧିରେ ସାରା ବିଶ୍ଵରେ ବ୍ୟାପିବାରେ ଲାଗିଛି । ଆଉ ଏହାରି ଭିତରେ ଭାରତରେ ପ୍ରବେଶ କରିଛି ଏହି ଭାଇରସ୍ । ଯାହାକୁ ନେଇ ଆଲର୍ଟ ମୋଡରେ କେନ୍ଦ୍ର ସରକାର । ସେପଟେ ଏହାକୁ ନେଇ ରାଜ୍ୟରେ…