Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସଂଯୋଜନା କମିଟିର…

ଦଳ ସହ ନାହିଁ ଭଲ ସମ୍ପର୍କ! ପୁରୁଣା ମାମଲାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍

କଟକ: ପୁଲିସ ସବ୍ ଇନ୍ସପେକ୍ଟର ବା ଏସଆଇଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ସ୍ବତନ୍ତ୍ର ସାଂସଦ/ବିଧାୟକ ଅଦାଲତ ଗୁରୁବାର ଚାର୍ଜସିଟ୍ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୧ ଜାନୁଆରି ୨୩ ତାରିଖରେ ସାଂସଦ କଟକସ୍ଥିତ ନେତାଜୀ…

ଚାକିରି କରାଇ ଦେବାକୁ କହି ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ

ଯାଜପୁର: ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ରମେଶ ମହାନ୍ତିଙ୍କଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ…

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ବଦଳିଲେ ୫ ବରିଷ୍ଠ ଓଏଏସ୍ ଅଫିସର

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୫ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର…

ଏକାଠି ନା ଏକାକୀ? ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ଭୁବନେଶ୍ୱର: ସାରା ଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ। କିନ୍ତୁ ନିିର୍ବାଚନ ପ୍ରଚାର ଏକରକମ ଠପ୍ ହୋଇପଡ଼ିଛି। ନା ବଡ ବଡ ପ୍ରଚାର ଅଛି ନା ଆରୋପ ପ୍ରତ୍ୟାରୋପ। କହିବାକୁ ଗଲେ ନେତା ଯେପରି ହାତକୁ ପକେଟରେ ପୂରାଇ…

ଓସ୍‌ଜାର ନୂଆ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୨ ନିୟମିତ…

ପୁରୀରେ ବିଦ୍ୟୁତ ବିଭାଗର ମନମୁଖୀ, ସାମ୍ନାକୁ ଆସିଲା ଚରମ ଅବହେଳା

ପୁରୀ: ବିଦ୍ଯୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ଡିବିରି ଓ କ୍ଯାଣ୍ଡେଲ ଲାଇଟରେ ପରୀକ୍ଷା ଦେଲେ ପରିକ୍ଷାର୍ଥି। ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ। ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେବା…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ…

ଅପରିଚିତ ମୃତଦେହ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼: ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର, ତରଫରୁ ଆଜି ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ଏକ ଅଜଣା ଶବ ସତ୍କାର କରାଯାଇଛି। ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ଗତ ରବିବାର ଦିନ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରାହଗୋଡା ବାଇପାସ ରାସ୍ତାରେ ଏକ ଚାଷ ଜମି ମଧ୍ୟରେ ମୃତ…