Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାନୀକାରକ ମାଞ୍ଜାସୂତା ବ୍ୟବହାର ନକରିବା ପାଇଁ କମିଶନରେଟ ପୋଲିସର ଅପିଲ

ଭୁବନେଶ୍ଵର: ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା…

ବଢିଲେ କୁମ୍ଭୀର, କମିଲେ ପକ୍ଷୀ: ସରିଲା ସାତକୋଶିଆ-ଭିତରକନିକା କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି । ସାତକୋଶିଆ…

ଲକ୍ଷ୍ମୀ ସାଆନ୍ତାଣୀ ଯେଉଁଠି ଅଛନ୍ତି ସେଠି ଭଣ୍ଡାର କେବେ ଖାଲି ରହିବ କି? ୫ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଛାତ୍ର…

ପୁରୀ: 5T ଅଧକ୍ଷ ଭିକେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ଗସ୍ତକୁ ବିରୋଧ କଲା ଛାତ୍ର କଂଗ୍ରେସ । ପରିକ୍ରମା ପ୍ରକଳ୍ପକୁ କେନ୍ଦ୍ର କରି ହୋଇଥିବା ପ୍ରତିଶୃତି ପୁରଣ ନ ହେବା ଏବଂ ୪ଟି ଶୌଚାଳୟ ଓ ରାସ୍ତା ନିର୍ମାଣ କରି ଜଗତର ନାଥ ଜଗନ୍ନାଥ ଙ୍କ ନାମରେ ରାଜନୀତି କରିବା ତଥା ଅର୍ପଣ ରଥ ମାଧ୍ୟମରେ ନିଜ…

ଦେଢ଼ ମାସର ଶିଶୁ କନ୍ୟାକୁ ବଞ୍ଚେଇବାକୁ ଯାଇ ନିଆଁରେ ଜଳିଗଲେ ମାଆ

ଢେଙ୍କାନାଳ: ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଦେଢ଼ ମାସର ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଗଲେ ମାଆ। ଗୁରୁତର ମହିଳା ଜଣଙ୍କ ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁର ସୁନି ପାତ୍ର। ସୂଚନା ଅନୁସାରେ, ସୁନି ତାଙ୍କର ଦେଢମାସର ଛୁଆକୁ ଚୁଲି ପାଖରେ ଶୁଆଇ ତା…

ଆଜି କାଳିଆ ସାଆନ୍ତେଙ୍କ ନବାଙ୍କ ବେଶ, ଆସନ୍ତାକାଲି ମକର ସଂକ୍ରାନ୍ତିରେ ମହାପ୍ରଭୁ ପିନ୍ଧିବେ ମକର ଚୂଳ

ପୁରୀ: ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ପବିତ୍ର…

ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡ଼ିଆ ମହିଳା ମମତା

ଯାଜପୁର: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା । ଓଡ଼ିଆ ମହିଳା ମମତା ରାଉତ ସଫଳତାର ସହ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ପଟୁଣିଆ ଗ୍ରାମର ମୂଳ ବାସିନ୍ଦା ମମତା ଏବେ ଭୁବନେଶ୍ବର ଜଗନ୍ନାଥ ବିହାର ଅଞ୍ଚଳରେ…

5T ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ: ଦ୍ବିତୀୟ ଦିନରେ ୩୨୭ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ବିତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ୬ ଜିଲ୍ଲା-ମାଲକାନଗିରି, ବାଲେଶ୍ବର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ। ମାଲକାନଗିରି ଜିଲ୍ଲାର ୩୫ଟି ହାଇସ୍କୁଲ,…

ବେତନଟି ବ୍ଲକରେ ୪ଜି ଟାଓ୍ବାରର ଶିଳାନ୍ୟାସ କଲେ ଟେଲିକମ ମନ୍ତ୍ରୀ

ବାରିପଦା: ପ୍ରଥମ ଥର ପାଇଁ ବେତନଟି ବ୍ଲକ ମନତାପାଳରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ୪ଜି ମୋବାଇଲ ଟାୱାରର ଶିଳାନ୍ୟାସ କରିଛନ୍ତି। ମନତାପାଳର ରହୁଥିବା ଲୋକଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ ଥିଲା । କାରଣ ପ୍ରଥମ ଥର ପାଇଁ ଦେଶର ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ ଗାଁକୁ।…

୨ ଜଣଙ୍କୁ ଓସଜା ପୁରସ୍କାର: କିଶୋର ଶ୍ରେଷ୍ଠ କ୍ରୀଡାବିତ ଓ ବିଜୟଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ବର: ଚଳିତଥର ୨ଜଣ ଓସଜା ପୁରସ୍କାର ପାଇବେ। ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଜାଭେଲିନ ଫିଙ୍ଗାଳି କିଶୋର ଜେନା ଏବଂ ଅର୍ଜୁନ ବିଜେତା ପୂର୍ବତନ ଭାରୋତ୍ତୋଳକ ତଥା ଭଟେରାନ ପ୍ରଶିକ୍ଷକ ବିଜୟ କୁମାର ଶତପଥୀଙ୍କୁ ଓଡ଼ଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର ପ୍ରଦାନ କରାଯିବ।…

ବିଡିଓଙ୍କ ବିରୋଧରେ ମେଳି: ନିର୍ବାଚିତ ପ୍ରତିନିଧିଙ୍କ ଅନଶନ ବଢ଼ାଇଲା ରାଜନୈତିକ ତାତି

ବାଲିଆପାଳ: ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବଦଳି ଦାବିରେ ବାଲିଆପାଳରେ ୪୨ ଜଣ ସରପଞ୍ଚ ଓ ୫୬ ଜଣ ସମିତି ସଭ୍ୟ ଷଷ୍ଠ ଦିନ ପାଇଁ ଅନଶନ ଜାରି ରଖିଛନ୍ତି। ନିୟମ ଉଲ୍ଲଂଘନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ସହ ଅପମାନ ଜନକ ବ୍ୟବହାର କରୁଥିବା ଅଭିଯୋଗ କରି…