Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫିଲ୍ମ ଷ୍ଟାଇଲେ ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୋର: ଏଟିଏମ ଲୁଟ୍ ପରେ ରାସ୍ତାରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ। ଏକଦମ ଫିଲ୍ମ ଷ୍ଚାଇଲରେ ହୋଇଛି ଏଟିଏମ୍ ଲୁଟ୍। ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍‌କୁ ତାଡ଼ି ନେଲେ ଦୁର୍ବୃତ୍ତ। କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଇ ଫୋପାଡ଼ି ଦେଲେ ୫ ଦୁର୍ବୃତ୍ତ। ଏହି ଲୁଟ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା…

ଭିଜିଲାନ୍ସକୁ ଦେଖି ଫିଲ୍ମ ଷ୍ଟାଇଲରେ ଟଙ୍କା ନେଇ ଫେରାର ହୋଇଗଲେ ଲାଞ୍ଚୁଆ ASI

ଖୋର୍ଦ୍ଧା: ଲାଞ୍ଚ ନେଉଥିଲେ, ହେଲେ ଧରା ପଡ଼ିବା ବେଳକୁ ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିଲେ! ଭିଜିଲାନ୍ସ ଅଧିକାରୀଙ୍କୁ ସାମ୍ନାରେ ଦେଖି ଆଖିରେ ଧୂଳି ଦେଇ ବାଇକ୍‌ରେ ଖସିଯିବାରେ ସଫଳ ହୋଇଛନ୍ତି ଜଣେ ପୋଲିସ ବାବୁ। ଏଭଳି ଏକ ଚାଞ୍ଚଲ୍ୟକର ତଥା ନାଟକୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା…

୫ ବର୍ଷରୁ ଅଧିକ ସେବା ଦେଇଥିବା ଜିଆରଏସ୍‌ଙ୍କ ପାଇଁ ବଡ଼ ଖବର: ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଜିଆରଏସ୍‌ଙ୍କ ସମ୍ପୂର୍ଣ୍ଣ ତଥ୍ୟ…

ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଲା ଏକ ନିଆରା ପ୍ରଜାତିର ବତକ। ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଛି ଜାତୀୟ ମାନ୍ୟତା। ଏହି ବତକ ଅଧିକାଂଶ ମୟୂରଭଞ୍ଜ ଜିଲ୍ଲାରେ ଦେଖାଯାଏ। ଇଏ ଏଭଳି ଏକ ଦେଶୀ ବତକ, ଯାହାକୁ ବାର୍ଡ-ଫ୍ଲୁ ହୁଏନି। ବର୍ଷକୁ ୧୫୦ ଅଣ୍ଡା ଦିଏ। ଦେଖିବାକୁ ଟିକେ ଅଲଗା। ଶରୀରର ଅଧା…

ଆସୁଛି ପଛକୁ ପଛ ୨ଟି ଲଘୁଚାପ: ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।…

ଅଦିନିଆ ରଥଯାତ୍ରା ବିବାଦ: ଜିଦ୍ ଛାଡୁନି ଇସ୍କନ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ି ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା…

ଭୁବନେଶ୍ୱର: ବିଦେଶ ମାଟିରେ ଇସ୍କନ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ। ନିଜ ଜିଦରେ ଅଟଳ ଥିବା ଇସ୍କନ କର୍ତ୍ତୃପକ୍ଷଙ୍କୁ ରୋକିବା ପାଇଁ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ…

ଯୁକ୍ତ ୨ ନାମଲେଖା ପାଇଁ ଲାଗିବନି ଟଙ୍କାଟିଏ ବି ଫି’, କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ 'କେଜିରୁ ପିଜି ମାଗଣା ଶିକ୍ଷା' ଯୋଜନାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନା ଓ ଦ୍ୱନ୍ଦ୍ୱ ଉପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଶେଷ କରି ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ (+୨) ରେ ନାମ ଲେଖାଉଥିବା…

ଚାକିରି ଛାଡ଼ିଲେ ଓଡ଼ିଶା କ୍ୟାଡର୍‌ର ଆଉ ଜଣେ ଆଇପିଏସ୍

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଏବେ ଗୋଟିଏ ପରେ ଗୋଟିଏ ଚାକିରି ଛାଡ଼ିବା ଖବର ସାମ୍ନାକୁ ଆସୁଛି। ନିକଟରେ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ଇଚ୍ଛାକୃତ ଅବସର ନେବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ, ଏବେ ପୁଣି ଜଣେ ଆଇପିଏସ୍ ଅଫିସରଙ୍କ ଇସ୍ତଫା ପୋଲିସ ମହଲରେ ଆଲୋଡ଼ନ…

ବିଶ୍ୱ ଜନସଂଖ୍ୟା ଦିବସ: ସହରାଭିମୁଖୀ ଆମ ଜନସଂଖ୍ୟା, ଏକ ଦୃଷ୍ଟିପାତ

ଦ. ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ବିଶ୍ୱର ଜନସଂଖ୍ୟା ବୃଦ୍ଧି ଇତିହାସରେ ଗତ ୫୦ ବର୍ଷ ଥିଲା ଦ୍ରୁତତମ। ୧୯୭୫ ମସିହାରେ ବିଶ୍ୱ ଜନସଂଖ୍ୟା ଥିଲା ୪ ବିଲିୟନ। ଯାହା ୨୦୨୨ ମସିହାରେ ଦ୍ୱିଗୁଣିତ ହୋଇ ୮ ବିଲିୟନକୁ ବୃଦ୍ଧି ପାଇଛି। ଆଜି ବିଶ୍ୱରେ ବସବାସ କରୁଥିବା ୮ ବିଲିଅନ ଲୋକଙ୍କ ମଧ୍ୟରୁ…

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍…