Latest Odisha News

BREAKING NEWS

Browsing Category

ଓଡିଶା

Odisha

ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସମୀକ୍ଷା କରିଛନ୍ତି । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସକାଳ ୧୦ ଟା ସମୟରେ କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ ଭିତ୍ତିଭୂମିର…

ବଢିପାରେ ସ୍କୁଲ ଛୁଟି ଅବଧି; ସ୍ଥିତି ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ପୂର୍ବପରି ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିଥିବାରୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧୮ ତାରିଖରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଏବେ ଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ…

ଜଙ୍ଗଲରୁ ଛୁଆ ଦନ୍ତାର ମୃତଦେହ ଠାବ, ମତ୍ୟୁର କାରଣ ଆସ୍ପଷ୍ଟ

କଟକ: ଗତକାଲି ବଡ଼ମ୍ବା ରେଞ୍ଜରେ ତିନିଟି ହାତୀ ଏକ ନାଳରେ ଫସି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ଆଉ ଆଜି କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ଜେନାପଦା ବିଟ୍‌ ଅନ୍ତର୍ଗତ ସୋରିଶପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୫ରୁ ୬ ବର୍ଷ ଥିବା…

ବୁଡାଇଦେଲା କି ଡିଲ୍ !

ଭୁବନେଶ୍ବର: ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିଲା କି ଡିଲ୍ ? ଲୋକସଭା ବିଜେପିକୁ ବିଧାନସଭା ବିଜେଡିକୁ ! ଡିଲ୍ ଅନୁସାରେ ହୋଇଥିଲା କି ବିଜେଡିର ପ୍ରାର୍ଥୀ ଚୟନ? କାହିଁକି ଦୁର୍ବଳ ପ୍ରାର୍ଥୀ ଦେଇଥିଲା ବିଜେଡି ? ସଂଗଠନ ସହ ଜଡିତ ନଥିବା ଆମଦାନୀ ନେତାଙ୍କୁ କାହିଁକି…

ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ, ୧୪୪ ଜାରି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍‌ରେ । ଏହି ଗଣ୍ଡଗୋଳ ଯୋଗୁଁ ଟାଉନ ଥାନା ପୀର ବଜାରରୁ ପାତ୍ରପଡ଼ା ମଧ୍ୟରେ ୧୪୪ ଲାଗୁ ହୋଇଛି।…

ଜାରି ରହିଛି ଖରାର ପ୍ରକୋପ, ବଢି ପାରେ ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଜାରି ରହିଛି ଖରାର ପ୍ରକୋପ। ଓଡ଼ିଶାକୁ ଏଥର ଆଗୁଆ ମୌସୁମୀ ପ୍ରବେଶ କରିଛି ସତ କିନ୍ତୁ ସତେ ଯେପରି ବର୍ଷା ଲୁଚକାଳି ଖେଳୁଛି। ରାଜ୍ୟରେ ବର୍ଷା ଟିକେ ବି ହେଉନାହିଁ। ସକାଳ ୮ଟା ବାଜିଲେ ବି ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ତେବେ…

ମିଶନ ଶକ୍ତିକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ନିଜ ବିଭାଗର ସମୀକ୍ଷା କରିଛନ୍ତି । ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ମିଶନ ଶକ୍ତି ନିର୍ଦ୍ଦେଶକ ବିନୀତ ଭରଦ୍ବାଜଙ୍କ ସହ ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି…

କହିଦେଲେ ମୁଖ୍ୟମନ୍ତ୍ରୀ, ଏଥର ଆକ୍ସନ୍ !

ଭୁବନେଶ୍ବର: ବିଜେଡି ସରକାରର ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାଜ୍ୟ ବିଜେପି ନେତା, ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନରେ ବିଜେଡି ଉପରେ ବାଣ ବର୍ଷାଇଥିଲେ । ବିଜେଡିର ଦୁର୍ନୀତିରେ…

ଘେରିବେ ନା ଛାଡିଦେବେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କେମିତି ରହିବ ବିଜେଡି-ବିଜେପି ସଂପର୍କ ? ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ହେଲା । ମେଣ୍ଟ ହେଲାନି, ତ ନିର୍ବାଚନ ପ୍ରଚାରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜଳପାଇଗୁଡି ନିକଟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ…