Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନଙ୍କ ଭିଡିଓ…ବଢିଲା ଚର୍ଚ୍ଚା

ଭୁବନେଶ୍ବର : ଦଳ ଭାଙ୍ଗିବା ଭୟ ନା ସରକାର ଭାଙ୍ଗିବା ନେଇ ଭବିଷ୍ୟବାଣୀ ? ନିକଟରେ ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିଥିଲେ ନବୀନ ।…

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷାମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେଡି?

ଭୁବନେଶ୍ୱର: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ବାତିଲ୍ ହେବା ପରେ ଅଡୁଆରେ କେନ୍ଦ୍ରର ଏନଡିଏ ସରକାର ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ରାଜ୍ୟରେ ବିରୋଧୀ ଦଳ ବିଜେଡିର ଆଭିମୁଖ୍ୟ କଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା। ଆଉ…

ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୫ଟାରେ ରଥଟଣା

ପୁରୀ: ରଥାଯାତ୍ରା ପାଇଁ ଶେଷ ହୋଇଛି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଜୁଲାଇ ୭ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଅପରାହ୍ନ ୫ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ…

ଖଣି ଲୁଟେରାଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ?

ଭୁବନେଶ୍ବର: ଜନ୍ମମାଟିରୁ ସିଧା ଜବାବ । କେନ୍ଦୁଝରରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟ୍ । କହିଲେ, ଖଣି ମାଫିଆଙ୍କୁ ଛାଡିବିନି । କେନ୍ଦୁଝରକୁ ଲୁଟ୍ କରାଯାଇଥିଲା । ଜିଲ୍ଲାର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସଂପୃକ୍ତ । କିଛି ଅଣଓଡିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ…

ବିଜେଡି ଶୂନ୍ୟ ଲୋକସଭା, ରାଜ୍ୟସଭାରେ ବିରୋଧୀ ଆସନରେ ବସିବ କହିଲା ଦଳ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଦଳ ଲୋକସଭାରେ କୈଣସି ଆଭିମୁଖ୍ୟ ରଖିପାରିବ ନାହିଁ। ଅଷ୍ଟାଦଶ ଲୋକସଭା ଆରମ୍ଭ ହୋଇଛି। ଦୁଇ ଦିନ ଧରି କାମଚଳା ବାଚସ୍ପତି ସାଂସଦଙ୍କୁ ଶପଥ ପାଠ କରାଇବେ। ଏହାରି ଭିତରେ କିନ୍ତୁ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ହେବ ତାକୁ…

ନୂଆ ସରକାର ପାଇଁ ଦରବୃଦ୍ଧି ଚିନ୍ତା, ମନ୍ତ୍ରୀ କହିଲେ ପ୍ରତି ବ୍ଲକରେ ତିଆରି ହେବ ଶୀତଳ ଭଣ୍ଡାର

ଭୁବନେଶ୍ୱର: କ୍ଷମତାରେ ବସୁ ବସୁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି। ଆକାଶ ଛୁଇଁ ପରିବା ଦର ହୋଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରିଷ୍ଠ ଅଧିକାରୀଙ୍କ ସହ…

ବିଷଧର ସାପ ଦଂଶନରେ ସାପ ଧରାଳି ମୃତ

ସୁବର୍ଣ୍ଣପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଏଭଳି ଅଘଟଣ ଘଟିଛି । ସୁଚନା ଅନୁସାରେ, ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବା ବେଳେ ସାପ ଧରିବା…

‘ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌, ଓଡିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥଳୀକୁ ଗଡିବ ବସ୍’

ଭୁବନେଶ୍ବର: ରଥଯାତ୍ରା ପାଇଁ ପ୍ରତି ବ୍ଲକ୍ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ…

ବ୍ଲକ ଅଫିସରେ ଅଗ୍ନିକାଣ୍ଡ; ଜଳିଗଲା ଗୁରୁତ୍ବପୂର୍ଣ୍ଣ ଫାଇଲ, କାରଣ ଅସ୍ପଷ୍ଟ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଖବର ମୁତାବକ, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ବିପିସି ବିଭାଗରେ କୌଣସି କାରଣରୁ ନିଆଁ…

ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ରୁ ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ, ଘୂର୍ଣ୍ଣିବଳୟ ଯୋଗୁଁ…