Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି ମୃତଦେହ…

୯ ବର୍ଷରେ ମୋଦି ଯାହା କରିଛନ୍ତି, ସ୍ୱାଧୀନତା ପରଠାରୁ ଲୋକଙ୍କ ପାଇଁ ହୋଇନଥିଲା: ମନମୋହନ

ଭୁବନେଶ୍ୱର: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାସେ ବ୍ୟାପି ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା…

ଶିମିଳିପାଳରେ ମାତିଛନ୍ତି ହାତୀ ଶିକାରୀ; ୫ ଗିରଫ, ୪ ଦାନ୍ତ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ଦୌରାତ୍ମ । ବନ ବିଭାଗର ଟିମ୍ ଯଶୀପୁରର ଜାମକେଶ୍ୱର ଗାଁରେ ଚଢ଼ାଉ କରି ୪ଟି ହାତୀ ଦାନ୍ତ ଜବତ ଜବତ କରିଛି । ମାମଲାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର…

ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ…

ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ

ଭୁବନେଶ୍ୱର: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍‍ ଶ୍ରୀଧରନ୍‍ ପିଲାଇ କହିଛନ୍ତି । ରବିବାର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ କହିଲେ, ଆମ ଦେଶର ମୂଳ ସଂସ୍କୃତି…

୨ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ

ଅନୁଗୁଳ: ଟ୍ରକ୍ ନେଲା ୨ ଜୀବନ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ । ସେହି…

ସ୍ୱାଭାବିକ ହେବ ମୌସୁମୀ, ୫ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଥିଲେ ମଧ୍ୟ ଗୁଳୁଗୁଳି ଲାଗି ରହିଛି । ମୌସୁମୀର ନିମ୍ନଚାପ ରେଖା ସ୍ୱାଭାବିକ ଠାରୁ ଦକ୍ଷିଣରେ ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଘଡ଼ଘଡ଼ି ବର୍ଷା ନେଇ…

ଓଡ଼ିଶା ସରକାର ଲାଗୁ କଲେ ନୂଆ ଆପାର୍ଟମେଣ୍ଟ ଆଇନ୍

ଭୁବନେଶ୍ୱର: ନୂଆ ଆପାର୍ଟମେଣ୍ଟ ଆଇନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ରାଜ୍ୟ ସରକାର ଆଣିଥିବା ଆପାର୍ଟମେଣ୍ଟ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ୱନରସିପ୍ ଆକ୍ଟ ୧୯୮୨ ପରିବର୍ତ୍ତେ ନୂଆ ଆଇନ୍ କାର୍ଯ୍ୟକାରୀ ହେବ ।…