Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, ପଞ୍ଚାନନ କାନୁନଗୋ ମାନିଫେଷ୍ଟୋ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବା ଲାଗି ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ସଭାପତି ଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ…

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ଭୁବନେଶ୍ୱର: ଦୁଇ ଥରର ବିଧାୟକ । ଠିକ୍ ବର୍ଷକରେ ନବୀନ କାଢ଼ି ନେଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଅରୁଣ ସାହୁଙ୍କ ପରେ ରୋହିତ ନବୀନଙ୍କ କ୍ୟାବିନେଟରେ ସାମିଲ୍…

ବିଦ୍ୟୁତ୍ କଟିଗଲା ବୋଲି ବାଡ଼େଇ ଭାଙ୍ଗିଦେଲେ ଟ୍ରାନ୍ସଫର୍ମର, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ପୋଲିସ ଜିମା ଦେଲେ ଲୋକ

ପାରାଦୀପ: ବିଦ୍ୟୁତ୍ କଟିଯିବା ପରେ ଯୁବକ ରାଗି ଯାଇ ଟ୍ରାନ୍ସଫର୍ମର ଭାଙ୍ଗି ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ଟ୍ରାନ୍ସଫର୍ମରକୁ ବାଡ଼େଇ ଭାଙ୍ଗିବା ପରେ ଲୋକେ ଯୁବକଙ୍କୁ ଧରି ଉତ୍ତମମଧ୍ୟମ ଦେବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ପାରଦାପୀ…

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ । ଉଚ୍ଚଶିକ୍ଷା ବିଭାଗ ପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆ ଯାଇଥିବା ନେଇ ଶୁକ୍ରବାର ସୂଚନା ଦିଆଯାଇଛି । ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା କାରଣରୁ ତାଙ୍କ ହାତରୁ ବିଭାଗ କାଢିନେବା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି-ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ

ବାଲେଶ୍ୱର‍: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ ।  5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ…

ଜମି ପାଇଁ ଜୀବନ ଗଲା, ଘର ଜଳିଲା

ଜୟପୁର:ଜମି ବିବାଦକୁ ନେଇ  ଜଘନ୍ୟ ହତ୍ୟାକାଣ୍ଡ । ଜମି ପାଇଁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରିବା ପରେ ମୃତକଙ୍କ ପରିବାର ଲାେକ ଅପରପକ୍ଷର ଘର ଜାଳି ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁରେ  । ମୃତ ଯୁବକଙ୍କ ନାଁ ବନ୍ଧୁ…