Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମୁଦ୍ରରେ ବଢୁଛି ପ୍ରଭାବ: ଆହୁରି ଆଗେଇଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା…

ଝାରସୁଗୁଡ଼ାରେ ଖରାର ନିଆଁବାଣ: ପୂର୍ବାହ୍ନ ସୁଦ୍ଧା ୪୧ ଡିଗ୍ରୀ ଡେଇଁଲାଣି ପାରଦ

ଖରାର ପ୍ରକୋପରେ ଏବେ ଥରହର ପଶ୍ଚିମ ଓଡ଼ିଶା। ବିଶେଷ କରି ଶିଳ୍ପନଗରୀ ଝାରସୁଗୁଡ଼ାରେ ଏବେ ଆକାଶରୁ ନିଆଁ ବର୍ଷା ହେଉଥିବା ଭଳି ଅନୁଭବ ହେଉଛି। ସ୍ଥିତି ଏପରି ହୋଇଛି ଯେ, ଦିନ ୧୨ଟା ନବାଜୁଣୁ ଅର୍ଥାତ୍ ପୂର୍ବାହ୍ନରେ ହିଁ ସହରର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଲାଣି।…

Odisha +2 Admission 2026:+୨ ନାମଲେଖା ପାଇଁ ଏହି ଦିନରୁ ଆବେଦନ ଆରମ୍ଭ

ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ…

Police SI Scam: SI ପରୀକ୍ଷା ସ୍କାମ୍:ମୁନା ମହାନ୍ତି ସମେତ ୧୭ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର

କଟକ:ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତଦନ୍ତର ତଥ୍ୟ ଓ ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟରେ ଜାମିନ ଖାରଜ କରାଯାଇଛି । ସ୍ୱାସ୍ଥ୍ୟଗତ କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ…

Station Attack:ଷ୍ଟେସନ ପରିସରରେ ଭାଇଭଉଣୀଙ୍କୁ ହାଣିଲା ଯୁବକ;ଉଭୟଙ୍କୁ କଟକ SCB ସ୍ଥାନାନ୍ତର

ବାଲେଶ୍ୱର:ବାଲେଶ୍ବର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଷ୍ଟେସନ ପରିସରରେ ଭାଇଭଉଣୀଙ୍କୁ ହାଣିଲା ଯୁବକ । ଗୁରୁତର ଭାଇଭଉଣୀ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ କଟକ SCBକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

Nikhil murder case in Rayagada:ବହୁ ଚର୍ଚ୍ଚିତ ନିଖିଲ ହତ୍ୟାକାଣ୍ଡକୁ ନେଇ ସହରରେ ପୁଣି ଉତ୍ତେଜନା; ଥାନା ଆଗରେ…

ରାୟଗଡ଼ା:ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡକୁ ନେଇ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ଓ ରେଲି ସାହି ଯୁବକଙ୍କ ମଧ୍ୟରେ ଗାଳିଗୁଲଜ ଓ ମାରପିଟ ଭଳି ଘଟଣା ଘଟିଛି। ଗତକାଲି ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଉଭୟ ସାହିର ଉତ୍ୟକ୍ତ ଲୋକମାନେ ଢେଲା ପଥର ଫିଙ୍ଗାଫିଙ୍ଗି…

Heritage Conservation:ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ IIT ଖଡ଼ଗପୁର, SPA ଭୋପାଳ ମଧ୍ୟରେ…

ଭୁବନେଶ୍ୱର:ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି,ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍‌ଚର,ଭୋପାଳ ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି,…

୨୯ ଲକ୍ଷର ଧଳାଜହରର ଡିଲ୍ ପୂର୍ବରୁ ମାଡି ବସିଲା କମିଶନରେଟ ପୋଲିସ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ୨୯ ଲକ୍ଷ ଟଙ୍କାର ଧଳାଜହର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ଗୁରୁବାର ରାଜଧାନୀ ଭୁବନେଶ୍ବରରେ ବ୍ରାଉନ୍ ସୁଗର ବିକ୍ରି ପାଇଁ ଦୁଇ ଜଣ ଡିଲର୍ ଆସିଥିବା ବେଳେ କମିଶନରେଟ୍ ପୋଲିସ ଏକାମ୍ର କାନନ ପାର୍କ ରୋଡରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି ।…

Handloom Hubs: ଏହି ୩ ଜିଲ୍ଲାରେ ଏ.ଆଇ ଓ ବ୍ଲକ ଚେନ ସମର୍ଥିତ ହସ୍ତତନ୍ତ ହବ୍ ହେବ ପ୍ରତିଷ୍ଠା

ଭୁବନେଶ୍ୱର: କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩ଟି ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ…

ପାୱାର ସେକ୍ଟରରେ ଲାଗୁ ହେଲା ଏସମା, ୬ ମାସ ପାଇଁ ଧର୍ମଘଟ ମନା

ଭୁବନେଶ୍ୱର: ରାଜ୍ୟର ପାୱାର ସେକ୍ଟରରେ ଲାଗୁ ହେଲା ଏସମା। ବିଦ୍ୟୁତ ସେବାରେ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ସରକାର କଟକଣା ଜାରି କରିଛନ୍ତି। ଆଗାମୀ ୬ ମାସ ପାଇଁ ଏହି ନିୟମ ବଳବତ୍ତର ରହିବ। ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବଢ଼ିଥିବା ବେଳେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ…