Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ୫୦୦ କର୍ମଚାରୀଙ୍କୁ ମୁତୟନ କଲା ଟିପିସିଓଡିଏଲ୍

ପୁରୀ: ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି ଟିପିସିଓଡିଏଲ୍ । ସମସ୍ତ ୩୩ କେଭି ଲାଇନର ରକ୍ଷଣାବେକ୍ଷଣ କରାଯିବା ସହ ବଡ଼ଦାଣ୍ଡ, ସମୁଦ୍ର କୂଳ ରାସ୍ତା, ଭିଆଇପି ରୋଡ୍ ଆଦି ସ୍ଥାନ ମାନଙ୍କରେ ଅନବରତ ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି…

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।…

ରଥଯାତ୍ରାରେ ଭକ୍ତ, ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ତିନିଶହ ଲାଇଫ ଗାର୍ଡ

ପୁରୀ: ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ…

କାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା

ପୁରୀ: ଜରରୁ ସୁସ୍ଥ ହେବା ପରେ ମହାବାହୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେବେ । ଏଥର ଉଭାଯାତ୍ରା ନ ଥିବାରୁ ଓ ତା ପରଦିନ ଘୋଷଯାତ୍ରା ଥିବାରୁ ମାତ୍ର ୩ ଘଣ୍ଟା ପାଇଁ ନବଯୌବନ ଦର୍ଶନ ସୌଭାଗ୍ୟ ପାଇବେ ଓ ଶ୍ରଦ୍ଧାଳୁ । ଆସନ୍ତାକାଲି ସକାଳ ୬ଟାରେ ଚଳା ଅପସର ପରେ ୭ଟା ୩୦ ସୁଦ୍ଧା ଅଣସର ତାଟି ଓ…

ନିରବଚ୍ଛିନ୍ନ ସେବା ନାହିଁ, ଶକ୍ତି ବିଭାଗ କହୁଛି ‘ପିପିପି ମୋଡରେ ବିଦ୍ୟୁତ୍ ବିତରଣରେ ଓଡ଼ିଶା ସଫଳ’

ଭୁବନେଶ୍ୱର: ଡହ ଡହ ଖରା, ଘନ ଘନ ବିଦ୍ୟୁତ୍ କାଟ୍ । ତାତିଠୁ ବଳି ଯାଉଛି ବିଦ୍ୟୁତ୍ ଯନ୍ତ୍ରଣା । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଭୁବନେଶ୍ୱରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ଜଳୁଛି । ତାତି ସହ ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅଘୋଷିତ…

ବାହାନଗା ଟ୍ରେନ ଦୁର୍ଘଟଣା; ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୨ ଛୁଇଁଲା

କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ । ଏହାକୁ ମିଶାଇ କଟକ ଏସିବିରେ ୪ ଜଣ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି । ମୃତ ବ୍ୟକ୍ତିଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ପଲତୁଙ୍କ ମୃତ୍ୟୁ ପରେ ବାହନଗା ଟ୍ରେନ…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ…

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ…

୨୨ ବର୍ଷ ଧରି ସରପଞ୍ଚ… ତଥାପି ନାହିଁ ଖଣ୍ଡିଏ ପକ୍କା ଘର, ଚାଳ ଛପର ତଳେ ଗୁଞ୍ଜିଛନ୍ତି ମୁଣ୍ଡ

ନବରଙ୍ଗପୁର: ନାଁ ପୁଷ୍ପଲତା… ନାଁ ଭଳି ତାଙ୍କ ହୃଦୟ ବି ବେଶ୍ କୋମଳ । ୨୨ ବର୍ଷ ଧରି ସରପଞ୍ଚ ହେଉଥିଲେ ବି ତାଙ୍କ ପାଖରେ ଖଣ୍ଡିଏ କୁଡ଼ିଆ ଛଡ଼ା ଆଉ କିଛି ନାହିଁ । ଗରିବ ଗୁରୁବାଙ୍କ ସମସ୍ୟା ସହ ଛିଡ଼ା ହୋଇ ଦୁଃଖ ସୁଖ ବାଣ୍ଟୁଥିବା ଏ ମହିଳା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ…